Odiapua.com

ସନ୍ଦକପୁରରେ ଶ୍ରୀ ହନୁମାନଙ୍କ ତୃତୀୟ ବାର୍ଷିକ ଉତ୍ସବ

ଭଦ୍ରକ, ୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ହରସିଂହପୁର ପଂଚାୟତ ଅଧୀନ ସନ୍ଦକପୁର ଗ୍ରାମର ଶ୍ରୀ ହନୁମାନଜୀଉଙ୍କ ତୃତୀୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ରବିବାର କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ବ୍ରତଧାରୀ ମହିଳାମାନେ ସନ୍ଦକପୁର ଘଟନାୟକାଣୀଙ୍କ ନିକଟରୁ ଶୋଭାଯାତ୍ରାରେ ବାହାରି ଗଦି ଚାରିତରଫ ମନ୍ତେଇନଦୀ ଘାଟରେ କଳସ ବୁଡ଼ାଇ ପୂଜାସ୍ଥଳକୁ ଆସିଥିଲେ। ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା। ସୋମବାର ଘଟନାୟକାଣୀଙ୍କ ନିକଟରେ ଅଷ୍ଟମ ପ୍ରହରି ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା। ମଙ୍ଗଳବାର ସନ୍ଧ୍ୟାରେ ପୂର୍ଣ୍ଣାହୂତି ହେବାର କାର୍ଯ୍ୟକ୍ରମ ରହିଛି। କର୍ତା ଭାବେ ସୁରେନ୍ଦ୍ର ବେହେରା ଓ ପତ୍ନୀ କବିତା ବେହେରା ଏବଂ ପୂଜକ ଭାବେ ଧୁକୁଡ଼ି ମିଶ୍ର, କିଶୋର ପଣ୍ଡା ପୂଜାକାର୍ଯ୍ୟ ସମ୍ପାଦନ କରୁଛନ୍ତି। ପୂର୍ବତନ ସରପଂଚ ଅମର ଦାସଙ୍କ ସମେତ ଗ୍ରାମବାସୀ ଅନାଦି ଚରଣ ଦାସ, ଭାବଗ୍ରାହୀ ଓଝା, ଗୁଲାମ ବେହେରା, ଅକ୍ଷୟ ସେଠୀ, ଲକ୍ଷ୍ମୀଧର ସେଠୀ, ସୁରେନ୍ଦ୍ର ପରିଡ଼ା, ଗଣେଶ ପରିଡ଼ା, ଉମାକାନ୍ତ ବାରିକ, ସହଦେବ ସେଠୀ, ବିଷ୍ଣୁ ପରିଡ଼ା, ପ୍ରଶାନ୍ତ ପାଣ୍ଡବ, ସୁଶାନ୍ତ ବେହେରା, ପ୍ରତାପ ବେହେରା, ରାଜେନ୍ଦ୍ର ଦାସ, ଶାନ୍ତିଲତା ପାଣ୍ଡବ, ସଂଜୁ ପରିଡ଼ା, କମଳୀ ବେହେରା, ମାତାଜୀ ଦାସ, ଆରତୀ ସେଠୀ, ତାରାକାନ୍ତ ସେଠୀ, ଗଣେଶ ସେଠୀ, ସୁରେନ୍ଦ୍ର ପରିଡ଼ା ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରୁଛନ୍ତି।