Odiapua.com

ସନ୍ଥପଡ଼ା ପଂଚାୟତବାସୀଙ୍କ ବିଭିନ୍ନ ଦାବି ନେଇ ସ୍ମାରକପତ୍ର ପ୍ରଦାନ

ତାଳଚେର, ୧୬/୮ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେର ବ୍ଲକ ସନ୍ଥପଡ଼ା ଗ୍ରାମପଂଚାୟତର ବିଭିନ୍ନ ଦାବି ଓ ସମସ୍ୟାର ସମାଧାନ ନେଇ ଆଜି ସନ୍ଥପଡ଼ା ସରପଂଚ ସହଦେବ ସାହୁଙ୍କ ନେତୃତ୍ୱରେ ଏକ ସ୍ମାରକପତ୍ର ତାଳଚେର ଉପଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ସ୍ଥାନୀୟ ଅଂଚଳରେ ରାସ୍ତା ନିର୍ମାଣ କରୁଥିବା କୁନାଲ କମ୍ପାନୀର ମନମାନୀ ଯୋଗୁଁ ଅଂଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଣୁ ଏଥିପ୍ରତି ପଦକ୍ଷେପ ନିଆଯିବା, ବହ୍ଲର ଛକ ଠାରୁ ପରଜଙ୍ଗ ରାସ୍ତାକୁ ସମ୍ପୂର୍ଣ୍ଣ କରାଯିବା ସହ ଥର୍ମାଲ ପର୍ଯ୍ୟନ୍ତ ରାସ୍ତାର ପୁନରୁଦ୍ଧାର କରାଯିବା, ସନ୍ଥପଡ଼ା ମହାନ୍ତି ସାହି ମାଷ୍ଟର କଲୋନୀ ନିକଟ ରାସ୍ତା ମଧ୍ୟରୁ ନଳକୂପକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା, ଯୁଦ୍ଧକାଳୀନ ଭିତିରେ ନୂଆପଡ଼ା ହରିଜନ ସାହି ଯଥା ବହ୍ଲର ଛକ ଠାରୁ ଥର୍ମାଲ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ୱ ଡ୍ରେନ ସହିତ ରାସ୍ତାର ପୁନରୁଦ୍ଧାର କରିବା ପାଇଁ ଏହି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି। ଉପରୋକ୍ତ ଦାବିଗୁଡ଼ିକ ଉପରେ ବିଚାର ପୂର୍ବକ ଏହାକୁ ଗୁରୁତ୍ୱର ସହ ନେଇ ସମାଧାନ କରିବାକୁ ପଂଚାୟତବାସୀଙ୍କ ପକ୍ଷରୁ ନିବେଦନ କରାଯାଇଛି। ଆଜିର ସ୍ମାରକପତ୍ର ପ୍ରଦାନ ସମୟରେ ସରପଂଚ ଶ୍ରୀ ସାହୁଙ୍କ ସମେତ ବିରଂଚି ମହାନ୍ତି, ସିଦ୍ଧେଶ୍ୱର ସିଅ, ସୋମନାଥ ସାମଲ, ପ୍ରଦୀପ ସାମଲ, ଶିବରାମ ମହାନ୍ତି, ବାପୁନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।