Odiapua.com

ସନ୍ତୋଷ ମହାପାତ୍ରଙ୍କ ଶ୍ରଦ୍ଧାଞ୍ଜଳି ସଭା

ଭଦ୍ରକ, ୨୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସଚିବାଳୟର ପ୍ରାକ୍ତନ ଉପସଚିବ, ବିଶିଷ୍ଟ ଶିକ୍ଷାନୁରାଗୀ, ସମାଜସେବୀ, ଶାନ୍ତ ସରଳ ତଥା ଜଣେ ଅମାୟିକ ବ୍ୟକ୍ତିତ୍ୱ ସ୍ୱର୍ଗତ ସନ୍ତୋଷ ମହାପାତ୍ରଙ୍କ ଏକାଦଶାହ ସ୍ମୃତିସଭା ତାଙ୍କ ଗରଦପୁର ସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇ ଯାଇଛି। ଭାଗିରଥୀ ପାଠାଗାର, ବଂଶୀବଲ୍ଲଭ ସାହିତ୍ୟ ସଂସ୍କୃତି ପରିଷଦ, ଗ୍ରାମ ବିକାଶ ସମିତି, ଗରଦପୁରର ମିଳିତ ସହଯୋଗରେ ଆୟୋଜିତ ଏହି ସ୍ମୃତିସଭାରେ ଲକ୍ଷ୍ମଣ ମହାନ୍ତି ପୌରୋହିତ୍ୟ କରିଥିଲେ। ସନ୍ତୋଷ ମହାପାତ୍ରଙ୍କର ମାତ୍ର ୬୮ ବର୍ଷ ବୟସରେ ପରଲୋକ ହେବା ଅତ୍ୟନ୍ତ ଅବିଶ୍ୱସନୀୟ। ସେ ଜଣେ ନିର୍ବିବାଦୀୟ ବ୍ୟକ୍ତିତ୍ୱ ଭାବେ ଗ୍ରାମରେ ସମସ୍ତଙ୍କର ପ୍ରିୟ ଥିଲେ। ତାଙ୍କ ନିଧନ ଗ୍ରାମବାସୀଙ୍କୁ ଗଭୀର ଦୁଃଖ ଦେଇଛି ବୋଲି ଶୋକପ୍ରକଟ କରି ବକ୍ତାମାନେ ସ୍ମୃତିଚାରଣ କରିଥିଲେ। ବିଶିଷ୍ଟ ସଂସ୍କୃତ ବିଦ୍ୱାନ ଅରୁଣ କୁମାର ଭଟ୍ଟାଚାର୍ଯ୍ୟଙ୍କ ବେଦପାଠ ପରେ ଡ. ବାଇଧର ସାହୁ, ନିତ୍ୟାନନ୍ଦ ମିଶ୍ର, ଅଧିବକ୍ତା ମନୋରଂଜନ ମହାନ୍ତି ଏବଂ ଶ୍ରୀଯୁକ୍ତ ଭଟ୍ଟାଚାର୍ଯ୍ୟ ମଞ୍ଚସିନ ହୋଇ ସ୍ମୃତିଚାରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରବିନାରାୟଣ ଜେନା, ତପନ ମିତ୍ର, ନାରାୟଣ ବେହେରା, ଜୀବନ ରାଉତ, ମୋନିକା ମହାପାତ୍ର, କିରଣ ଚନ୍ଦ୍ର ଗୁଇଁ, ଉଦୟ ନାରାୟଣ ମହାନ୍ତି, ଅଧ୍ୟାପକ ନାସିର ବକ୍ସ, କବି ବିଜୟ ବହଳୀ, ସୁକୁମାରୀ ଦାସ, ପ୍ର. ଅଟଳ ବିହାରୀ ନାୟକ, ସାମ୍ବାଦିକ ତପନ କୁମାର ମିଶ୍ର, ରାମଚନ୍ଦ୍ର କର, ହୃଷିକେଶ ମହାନ୍ତି, ରାମଚନ୍ଦ୍ର ମହାନ୍ତି, ଲକ୍ଷ୍ମୀ ମହାପାତ୍ର, ରଚିତା ଦାସ, ଜଗବନ୍ଧୁ ମିଶ୍ର ପ୍ରମୁଖ ସ୍ମୃତିଚାରଣ କରି ସ୍ୱର୍ଗତ ମହାପାତ୍ର ତାଙ୍କ ଚାକିରି ଜୀବନକାଳ ମଧ୍ୟରେ ଏବଂ ଅବସର ପରେ ମଧ୍ୟ ଜନସେବାରେ ନିଜକୁ ନିୟୋଜିତ ରଖିଥିଲେ। ତାଙ୍କର ଅମାୟିକ ବ୍ୟକ୍ତିତ୍ୱ ପାଇଁ ସେ ଭଦ୍ରକର ବରିଷ୍ଠ ନାଗରିକ ସଂଘ, ଅବସରପ୍ରାପ୍ତ କର୍ମଚାରୀ ସଂଘ ଆଦି ବିଭିନ୍ନ ସଂଗଠନରେ ସାମିଲ ହୋଇ ଲୋକମାନଙ୍କ ପାଇଁ କାର୍ଯ୍ୟ କରିଚାଲିଥିଲେ ବୋଲି ବକ୍ତବ୍ୟରେ ପ୍ରକାଶ କରିବା ସହି ତାଙ୍କ ବହୁବିଧ ଗୁଣର ପ୍ରଶଂସା କରିଥିଲେ। ସଭାକୁ ବିଜୟ ବହଳୀ, ସୁଧାଂଶୁ ମହାନ୍ତି, ପ୍ରଦ୍ୟୋତ୍ତନ ସୁଆର ପ୍ରମୁଖ ପରିଚାଳନା କରିଥିବା ବେଳେ ଧର୍ମରାଜ ମହାପାତ୍ର କୃତଜ୍ଞତା ଜ୍ଞାପନ କରିଥିଲେ।