Odiapua.com

ସଦ୍ୟଜାତ ଶିଶୁର ମୃତଦେହକୁ କୁକୁର ଧରି ବୁଲିଲା

ହାଟଡିହି-୨୩/୧୨/ (ଓଡିଆ ପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ମୁଗୁପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କୁକୁରଟି ସକାଳୁ ସକାଳୁ ବୈତରଣୀ ନଦୀପଟୁ ଏକ ଶିଶୁକନ୍ୟାର ମୃତଦେହକୁ ଧରି ଗାଁ ଗାଁ ବୁଲିଥିଲା। ଲୋକମାନେ ପାଟିକରିବାରୁ କୁକୁରଟି ହୀରାପୁର ଗାଁରେ ତାର ଛୁଆ ମାନଙ୍କ ନିକଟରେ ମୃତ ଶିଶୁକନ୍ୟା ଟିକୁ ଛାଡି ଯାଇଥିଲା। କିଛି ସମୟ ପରେ ପୁଣି ଆସି ତାହାକୁନେଇ ବୈତରଣୀ ନଦୀ ଆଡେ ନେଇ ପଳାଇଥିଲା। କେହି ଯୁବତୀ ଲୋକଲଯ୍ୟା ଭୟରେ ସଦ୍ୟଜାତ ଶିଶୁକନ୍ୟାଟିକୁ ନଦୀ ପଠାରେ ଫୋପାଡି ଦେଇଥିବା ଅନୁମାନ କରାଯାଉଛି।