ଭଦ୍ରକ, ୨୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଐତିହାସିକ ସଦାବର୍ତ୍ତ ମଠ ମାଲିକାନାରେ ସହରର ମଠସାହି ମୌଜାରେ ଥିବା ରାଜପଥ କଡ ଜମିରେ ନିର୍ମାଣ ହେବ ଅତ୍ୟାଧୁନିକ କଲ୍ୟାଣମଣ୍ଡପ । ଏଥିଲାଗି ମୁଖ୍ୟମନ୍ତ୍ରୀଙ୍କ ୫-ଟି କାର୍ଯ୍ୟକ୍ରମ ଆଧାରରେ ୧ କୋଟି ଟଙ୍କା ମଞ୍ଜୁର ହୋଇଛି । ଜିଲ୍ଲାପାଳଙ୍କ ସାଳନ୍ଦୀ ସଭାଗୃହରେ ସଦାବର୍ତ୍ତ ମଠ ପରିଚାଳନା କମିଟି ତରଫରୁ ଏହି ପରିପ୍ରେକ୍ଷୀରେ ଏକ କୃତଜ୍ଞତା ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ମୁଖ୍ୟମନ୍ତ୍ରୀଙ୍କ ସହ ୫-ଟି ସଚିବ ଭିକେ ପାଣ୍ଡିଆନ୍ଙ୍କୁ କୃତଜ୍ଞତା ଅର୍ପଣ କରାଯାଇଥିଲା । ଭଦ୍ରକ ବିଧାୟକ ଶ୍ରୀ ମଲ୍ଲିକ ଓ ଟ୍ରଷ୍ଟିଙ୍କ ନିଷ୍ଠାର ଉଦ୍ୟମକୁ ଉପସ୍ଥିତ ସଭ୍ୟମାନେ ପ୍ରଶଂସା କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ତଥା ସଦାବର୍ତ୍ତ ମଠ ଟ୍ରଷ୍ଟି ଶାନ୍ତନୁ କୁମାର ମହାନ୍ତିଙ୍କୁ ମଠ ପରିଚାଳନା କମିଟି ପକ୍ଷରୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଧିତ କରାଯାଇଥିଲା । ଯଥାଶିଘ୍ର ଯୋଜନା ଓ ଅଟ୍ଟକଳ କରି ଟେଣ୍ଡର ପ୍ରକ୍ରିୟା ସାରିବାକୁ ବିଧାୟକ ଶ୍ରୀ ମଲ୍ଲିକ ପୂର୍ତ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମଠ ପରିଚାଳକ ସୂର୍ଯ୍ୟମଣି ନାୟକ, ବରିଷ୍ଠ ସଭ୍ୟ-ଡ.ବାଇଧର ସାହୁ, ଯତିକାନ୍ତ ନାୟକ, ସୁଧାକର ରାଉତ, ରତନଲାଲ ସାହୁ, ଅକ୍ଷୟ କୁମାର ସେନ, ପୂର୍ଣ୍ଣଚନ୍ଦ୍ର ସେନ୍, ଆରଏଣ୍ଡବି ଯନ୍ତ୍ରୀ ଇଂ.ନବଘନ ମାରାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।