Odiapua.com

ସଦସ୍ୟତା ଅଭିଯାନକୁ ଆହୁରି ବ୍ୟାପକ କଲା ବିଜେପି ରାଜ୍ୟ ଯୁବମୋର୍ଚ୍ଚା

– ନୂଆ ଭାରତ ସହ ନୂତନ ଓଡିଶା ଗଠନ ପାଇଁ ସଂକଳ୍ପ ନେଲେ ହଜାର ହଜାର ଯୁବପିଢୀ
– ସ୍ୱତଃପ୍ରବୃତ ଭାବେ ବିଜେପିର ସଦସ୍ୟତା ନେଲେ ରମାଦେବୀ ବିଶ୍ୱ ବିଦ୍ୟାଳୟର ଶହ ଶହ ଛାତ୍ରୀ
– ବିଜେପିର ନେସନ୍ ଫାଷ୍ଟ୍ ଓ ଗରିବ କଲ୍ୟାଣ ଯୋଜନା ଯୁବପିଢୀଙ୍କୁ ବିଜେପି ଆଡକୁ ବେଶ ଆକର୍ଷିତ କରୁଛି
– ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ମାନଙ୍କରେ ସଦସ୍ୟତା ଅଭିଯାନକୁ ଆହୁରି ବ୍ୟାପକ କରାଯାଇଛି
– ମୋବାଇଲ ନମ୍ବର ‘୮୯୮୦୮-୦୮୦୮୦’ ନମ୍ବରରେ ମିସ୍ କଲ୍ ଦେଇ ସଦସ୍ୟତା ଗ୍ରହଣ କରିହେବ

ଭୁବନେଶ୍ୱର, ତା.୨୭/୦୭ (ଓଡ଼ିଆ ପୁଅ) : ଚଳିତ ମାସ ଜୁଲାଇ ୬ ତାରିଖରୁ ଓଡିଶା ସମେତ ଦେଶବ୍ୟାପୀ ବିଜେପିର ସଦସ୍ୟତା ପର୍ବ ସଙ୍ଗଠନ ଅଭିଯାନ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ଯୁବମୋର୍ଚ୍ଚା ଅନ୍ୟୁନ ୧୦ ଲକ୍ଷ ଯୁବପିଢୀଙ୍କୁ ଦଳର ସଦସ୍ୟ କରିବାକୁ ବିଧିବଦ୍ଧ ଯୋଜନା ପ୍ରସ୍ତୁତ କରିଛି। ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ମାନଙ୍କରେ ସଦସ୍ୟତା ଅଭିଯାନକୁ ଆହୁରି ବ୍ୟାପକ କରାଯାଇଛି। ଆଜି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଠାରେ ଭାରତୀୟ ଜନତା ଯୁବ ମୋର୍ଚ୍ଚା ଦ୍ୱାରା ନୂଆ ଭାରତରେ ନୂଆ ଓଡିଶା ସଂକଳ୍ପକୁ ଆଗେଇ ନେବା ପାଇଁ ସଂଗଠନ ପର୍ବ ଅନ୍ତର୍ଗତ ସଦସ୍ୟତା ଅଭିଯାନ ଅନୁଷ୍ଠିତ ହୋଇଛି। ଏହି ସଦସ୍ୟତା କାର୍ଯ୍ୟକ୍ରମରେ ଶହ ଶହ ଛାତ୍ରୀ ସ୍ୱତଃପ୍ରବୃତ ଭାବେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି।

ବିଜେପିକୁ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ କରିବା ପାଇଁ ଯୁବମୋର୍ଚ୍ଚା ତରଫରୁ ରାଜ୍ୟର ସବୁ ଅଂଚଳ ସମାଜର ସବୁ ବର୍ଗର ଯୁବଗୋଷ୍ଠୀକୁ ଦଳରେ ସାମିଲ ପାଇଁ ବିଶେଷ ଯୋଜନା ଆଧାରରେ ସଦସ୍ୟତା ଅଭିଯାନ ଆରମ୍ଭ ହୋଇଛି। ବିଜେପିର ନେସନ୍ ଫାଷ୍ଟ୍ ଓ ଗରିବ କଲ୍ୟାଣ ଯୋଜନା ଯୁବପିଢୀଙ୍କୁ ବିଜେପି ଆଡକୁ ବେଶ ଆକର୍ଷିତ କରୁଛି ବୋଲି ରାଷ୍ଟ୍ରୀୟ ସଂଯୋଜିକା ଏବଂ ପ୍ରବକ୍ତା ସୁଶ୍ରୀ ନେହା ଯୋଶୀ କହିଛନ୍ତି।

ଏହି ସଦସ୍ୟତା ଅଭିଯାନ ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦିକା ଅର୍ପିତା ଅପରାଜିତା ବଡଜେନା ଏବଂ ପ୍ରତିକ୍ଷା ଆଚାର୍ଯ୍ୟଙ୍କ ନେତୃତ୍ୱରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ବହୁ ଛାତ୍ରଛାତ୍ରୀମାନେ ନିଜକୁ ନରେନ୍ଦ୍ର ମୋଦିଙ୍କ ନୁଆ ଭାରତର ପରିକଳ୍ପନା କରି ନୂଆ ଓଡିଶାକୁ ଆଗେଇ ନେବା ପାଇଁ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଛନ୍ତି।

ପ୍ରତି ୩ ବର୍ଷରେ ଥରେ ବିଜେପିର ସଦସ୍ୟତା ସଂଗ୍ରହ କାର୍ଯ୍ୟକ୍ରମ ହୋଇଥାଏ। ଚଳିତ ବର୍ଷ ଉଭୟ ଅନଲାଇନ ଏବଂ ଅଫଲାଇନ ମାଧ୍ୟମରେ ସଦସ୍ୟତା ଗ୍ରହଣ କରାଯିବ। ଏଥି ସହ ନିଜ ମୋବାଇଲ ନମ୍ବର ‘୮୯୮୦୮-୦୮୦୮୦’ ନମ୍ବରରେ ମିସ୍ କଲ୍ ଦେଇ ସଦସ୍ୟତା ଗ୍ରହଣ କରିପାରିବେ। ନରେନ୍ଦ୍ର ମୋଦି ଆପକୁ ଯାଇ ମଧ୍ୟ ସାଧାରଣ ଲୋକ ସଦସ୍ୟତା ନେଇ ପାରିବେ। ଟୁଇଟର ଏବଂ ୱେବସାଇଟ ମାଧ୍ୟମରେ ସଦସ୍ୟତା ଗ୍ରହଣ କରିହେବ। ଯେଉଁଠାରେ ମୋବାଇଲ ସେବା ଉପଲବ୍ଧ ନାହିଁ ସେଠାରେ ବ୍ୟକ୍ତିଗତ ଭାବରେ ସଦସ୍ୟତା ଫର୍ମ ପୂରଣ କରି ସଦସ୍ୟତା ଗ୍ରହଣ କରାଯାଇପାରିବ। ଗୋଟିଏ ମୋବାଇଲ ନମ୍ବର ସର୍ବାଧିକ ୪ ଜଣ ସଦସ୍ୟତା ନେଇପାରିବେ ବୋଲି ସୁଶ୍ରୀ ଯୋଶୀ ସୂଚନା ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମଧ୍ୟ ବିଧାୟକ ପ୍ରାର୍ଥୀ ଶ୍ରୀ ଜଗନ୍ନାଥ ପ୍ରଧାନ, ସଦସ୍ୟତା ସହ ସଂଯୋଜକ ଦୀପକ ଗୋଚ୍ଛାୟତ, ରାଜ୍ୟ ସଂଯୋଜକ ସୁଜିତ ସାହୁ, ଜିଲ୍ଲା ସଭାପତି ଅଭିଷେକ ଆଚାର୍ଯ୍ୟ, ଜିଲ୍ଲା ସାଧାରଣ ସମ୍ପାଦକ ସଂଗ୍ରାମ ନାୟକ, ରାକେଶ ଜେନା, ରଶ୍ମିରଂଜନ ମହାପାତ୍ର, ସତ୍ୟଭାମା ସାମଲ ପ୍ରମୁଖ ଉପସ୍ଥିତ ଥିଲେ।