Odiapua.com

ସଦର ବ୍ଲକରେ ନୂତନ ହିତାଧିକାରୀଙ୍କୁ ରେସନ କାର୍ଡ଼ ବଣ୍ଟନ

ବାଲେଶ୍ୱର, ୨୨ା୯(ଓଡ଼ିଆ ପୁଅ/ଅଭୟ ଦାସ) : ଓଡ଼ିଶା ଖାଦ୍ୟ ସୁରକ୍ଷା ଯୋଜନାରେ ସଦର ବ୍ଳକର ବିଭିନ୍ନ ପଞ୍ଚାୟତର ନୂତନ ହିତାଧିକାରୀଙ୍କୁ ଆଜି ରାସନ କାର୍ଡ଼ ବଣ୍ଟନ କରାଯାଇଛି। ଏହି ପରିପ୍ରେକ୍ଷୀରେ ବ୍ଲକ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ଗୋପୀନାଥପୁର ସରପଞ୍ଚ ସତ୍ୟଭାବା ରାଉତ, ସିନ୍ଦିଆ ସରପଞ୍ଚ ଅନିରୁଦ୍ଧ ପ୍ରଧାନ, ରସଲପୁର ସରପଞ୍ଚ ଭବେଶ ନାୟକ, ୨୬ ନଂ ଜିଲ୍ଲା ପରିଷଦ କମଲ କୁମାର ସାହୁଙ୍କ ସମେତ ସମିତ ସଭ୍ୟମାନେ ଯୋଗଦେଇ ନୂତନ ହିତାଧିକାରୀଙ୍କୁ ରେସନ କାର୍ଡ଼ ବଣ୍ଟନ କରିଥିଲେ। ସଦର ବ୍ଲକର ୩୭ ଗୋଟି ପଞ୍ଚାୟତର ମୋଟ ୧୮ଶହ ପରିବାରକୁ ଏହି କାର୍ଡ଼ ପ୍ରଦାନ କରାଯାଇଛି। ଏଥିରେ ୩୪୦୦ ଲୋକ ଉପକୃତ ହେବେ ବୋଲି ବ୍ଲକ ପକ୍ଷରୁ ସୂଚନା ଦିଆଯାଇଛି। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ କେନ୍ଦ୍ର ସରକାର ପ୍ରକୃତ ହିତାଧିକାରୀଙ୍କୁ ବାଦ୍ ଦେଇଥିବା ବେଳେ ରାଜ୍ୟ ସରକାର ସମସ୍ତଙ୍କୁ ପୁଣି ଏହି ଯୋଜନାରେ ସାମିଲ କରିଛନ୍ତି ବୋଲି ବ୍ଲକ ଅଧ୍ୟକ୍ଷ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ବି ବହୁ ଆବେଦନକାରୀ ପରିବାରଙ୍କୁ ଏହି ଯୋଜନାରେ ସାମିଲ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।