Odiapua.com

ସଦଭାବନା ଅନୁଷ୍ଠାନ ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ

କେନ୍ଦୁଝର ୧୪-୮ (ଓଡ଼ିଆ ପୁଅ) ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ “ସ୍ଵାଧୀନତାର ଅମୃତ ମହୋତ୍ସବ” ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଆହ୍ବାନ କ୍ରମେ “ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମରେ ସମସ୍ତ ଘରେ ଘରେ ଜାତୀୟ ପତାକା ଉଡ଼ାଇବା ଆହ୍ବାନକୁ କେନ୍ଦୁଝର ଜିଲ୍ଲାରେ ଭିନ୍ନକ୍ଷମମାନଙ୍କ ପାଇଁ କାର୍ଯ୍ୟ କରୁଥିବା ସେଚ୍ଛାସେବୀ ଅନୁଷ୍ଠାନ “ସଦଭାବନା” ଏହାକୁ ଅଭିନବ ଉପାୟରେ ପାଳନ କରିଛି। ଏହି ପରିପ୍ରେକ୍ଷୀରେ ସଦଭାବନା ଅନୁଷ୍ଠାନ ଦ୍ବାରା ପରିଚାଳିତ ସ୍ୱତନ୍ତ୍ର ବିଦ୍ୟାଳୟ, ପୁନର୍ବାସ କେନ୍ଦ୍ର ଓ ଘରାଉଣ୍ଡା କେନ୍ଦ୍ରର ଅନ୍ତେବାସୀ ସମେତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ କର୍ମକର୍ତ୍ତା ମାନେ ଏକ ଶୋଭାଯାତ୍ରାରେ ଯାଇ ନରଣପୁର ଗ୍ରାମବାସୀଙ୍କୁ ଜାତୀୟ ପତାକା ପ୍ରଦାନ କରିବା ସହ ଦେଶ ଭକ୍ତିର ବାର୍ଭାକୁ ଘରେ ଘରେ ପହଞ୍ଚାଇଥିଲେ।