Odiapua.com

ସତ ଟଙ୍କା ମିଛ ଲୁଟ; ପରଦା ଫ୍ଲାସ କଲା ପୁଲିସ

ଭୁବନେଶ୍ୱର/କଟକ୩୦ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଗତ କାଲି ଖୁଣ୍ଟୁଣି ଥାନା କଟକ-ଆଠଗଡ ରାଜରାସ୍ତାର ରାଧାକିଶୋର ପୁର ନିକଟରୁ ଜଣେ ମାରକେଟିଙ୍ଗ୍ ମେନେଜର ନିକୁଟରୁ ୧୮ ଲକ୍ଷ ଟଙ୍କା (ସତ ଟଙ୍କା ମିଛ ଲୁଟ) ଚୋରୀ ହେବା ଘଟଣାର ସତ୍ୟତା ପୁଲିସ ହାତରେ ଧରାପଡିଛି । ଅଭିଯୋଗକାରୀ  ନିଜକୁ ଭିମଲ ଗୁଟଖା କମ୍ପାନୀର ମାରକେଟିଙ୍ଗ୍ ମେନେଜର ବୋଲି ପରିଚୟ ଦେଉଥିବା ସନ୍ତୋଷ ରାଜ ର ୈଙ୍କାନାଳ ବାସଭବରୁ ୧୮ ଲକ୍ଷ ଟଙ୍କା ଗତ ରାତ୍ରୀରେ ପୁଲିସ ଜବତ କରିଥିବା ଆଜି ଖୁଣ୍ଟୁଣି ପୁଲିସ ନିକଟରୁ ସୁଚନା ମିଳିଛି । ସୁଚନାଯୋଗ୍ୟ- ଗତ କାଲି ସନ୍ତୋଷ ରାଜ କମ୍ପାନୀର କଲେକ୍ସନ ଟଙ୍କା ନେଇ ଭୁବନେଶ୍ୱର ଅଫିସରେ ଦେବାକୁ ଯାଉଥିବା ବେଳେ ଖୁଣ୍ଟୁଣି ଥାନା କଟକ-ଆଠଗଡ ରାଜରାସ୍ତାର ରାଧାକିଶୋର ପୁର ନିକଟରୁ କିଛି ଅପରାଧି ପଲସରରେ ଆସି ତାଙ୍କ ପାଖରେ ଥିବା ୧୮ ଲକ୍ଷ ଟଙ୍କା ଳୁଟକରି ନେଇଯାଇଥିଲେ ବୋଲି ସନ୍ତୋଷ ଖୁଣ୍ଟୁଣି ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗରେପରେ ତାଙ୍କ କଥାରେ  କୈାଣସି ତାଳମେଳ ନରହିବାରୁ ପୁଲିସ ସନ୍ତୋଷକୁ ସନ୍ଦେହକରି ସନ୍ତୋଷ ଘରେ ଚଢାଉ କରି ତା ନିକଟରୁ ଚୋରୀ ହୋଇଥିବା ୧୮ ଲକ୍ଷ ଟଙ୍କାକୁ ଜବତ କରିବା ସହ ଏଘଟଣାରେ ସପୃକ୍ତ ଥିବା ସନ୍ତୋଷର ନିଜ ଭାଇ ସହ କିଛି ସହଯୋଗିଙ୍କୁ ପୁଲିସ ଅଟକ ରଖି ଘଟଣା ସଂପର୍କରେ ପଚରାଉଚରା କରୁଥିବା  ପୁଲିସ ସୁଚନା ଦେଇଛି ।