ଭଦ୍ରକ, ୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୁରିଗାଁ ଠାରେ ଅନୁଷ୍ଠିତ ଇଲେଭେନ ଷ୍ଟାର କ୍ରିକେଟ ଟିମ ଆନୁକୂଲ୍ୟରେ ଆୟୋଜିତ ଦ୍ୱିତୀୟ ବାର୍ଷିକ ସତ୍ୟବ୍ରତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଂଟର ଫାଇନାଲ ଖେଳରେ ଦେଉଳପଦି କ୍ରିକେଟ ଟିମ କଲ୍ୟାଣୀ କ୍ରିକେଟ ଟିମକୁ ପରାସ୍ତ କରି ଚଳିତ ବର୍ଷର ଚମ୍ପିୟାନ ହୋଇଛି।କଲ୍ୟାଣୀ କ୍ରିକେଟ ଟିମ ଟସ ଜିତି ପ୍ରଥମେ ବ୍ୟାଟିଂ କରି ୧୦୬ରନ ସଂଗ୍ରହ କରିଥିବା ବେଳେ ଏହା ବିପକ୍ଷରେ ଦେଉଳପଦି କ୍ରିକେଟ ଟିମ ୧୦୭ରନ ସଂଗ୍ରହ କରି ବିଜୟ ହୋଇଥିଲା।ବିଜୟୀ ଟିମକୁ ନଗଦ ୧୦ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା।ସେହିପରି କଲ୍ୟାଣୀ କ୍ରିକେଟ ଟିମକୁ ରନର୍ସଅପ ଟ୍ରଫି ସହ ନଗଦ ୬ହଜାର ଟଙ୍କା ପ୍ରଦାନ କରାଯାଇଥିଲା।ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଉତ୍କଳ କେଶରୀ ବିଶ୍ୱାଳ,ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ପ୍ରଣିତକାନ୍ତି ସାମଲ,ଦେବପ୍ରସନ୍ନ ମହାପାତ୍ର,ସନ୍ଦୀପ ସାମଲ,ଦେବ ସେଠୀ,ତପନ ସାମଲ ପ୍ରମୁଖ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ।