Odiapua.com

ସଢାରେ ପୁଣି ଜଣେ ପଜେଟିଭି, ହାଟଡ଼ିହି ବ୍ଲକ ରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦ରେ ପହଁଚିଲା

ହାଟଡ଼ିହି-୧୩/୭/ ହାଟଡ଼ିହି ବ୍ଲକରେ ଆଜି ପୁଣି ଜଣେ କରୋନା ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବ୍ଲକରେ ଏବେ ଅକ୍ରାନ୍ତଙ୍କ ସଂଖ୍ୟା ୪୦ରେ ପହଂଚିଛି। ଆଜିର ଅକ୍ରାନ୍ତ ଜଣକ ସଢା ପଂଚାୟତର ପଶ୍ଚିମବଙ୍ଗ ଫେରନ୍ତା। ସେ ଗତ ୨୯ତାରିଖରେ ପଶ୍ଚିମବଙ୍ଗରୁ ଫେରି ସଢା ଗାର୍ଲସ ହାଇସ୍କୁଲରେ ହୋଇଥିବା କ୍ୱାରେଣ୍ଟିଂନରେ ଥିଲେ। ପୂର୍ବରୁ ଏଠାରୁ ଦୁଇ ଜଣ ଅକ୍ରାନ୍ତ ଚିହ୍ନଟ ହେବା ପରେ ସମସ୍ତଙ୍କ ନମୁନା ପରୀକ୍ଷା ପାଇଁ ପଠା ଯାଇଥିଲା। ଆଜି ୧୭ବର୍ଷୀୟ ଯୁବକ ଜଣଙ୍କର ପଜେଟିଭି ରିପୋର୍ଟ ଆସିବାପରେ ତାଙ୍କୁ କୋଭିଡି ହସ୍ପିଟାଲକୁ ପଠାଇବାର ବ୍ୟବସ୍ଥା କରାଯାଉଛି ବୋଲି ସରପଞ୍ଚ ଜୟନ୍ତୀ ସାମଲ ଓ ନୋଡ଼ାଲ ଅଫିସର ଅନନ୍ତ ସ୍ୱାଇଁ କହିଛନ୍ତି।