Odiapua.com

ସଡ଼କ ସୁରକ୍ଷା ସପ୍ତାହ ପାଳନ ୨୦୨୩ ଅବସରରେ ଛାତ୍ରଛାତ୍ରୀଙ୍କୁ ସଚେତନତା

କେନ୍ଦୁଝର ୧୭-୧ (ଓଡ଼ିଆ ପୁଅ/ଚଣ୍ଡିପ୍ରସାଦ ପଟ୍ଟନାୟକ) ଆଞ୍ଚଳିକ ପରିବହନ କେନ୍ଦୁଝର କାର୍ଯ୍ୟାଳୟ ତରଫରୁ ଆଜି ଏନ୍.ଏସ୍ ପୋଲିସ୍ ହାଇସ୍କୁଲ୍ ପରିସରରେ ସଡ଼କ ସୁରକ୍ଷା ସପ୍ତାହ ପାଳନ-୨୦୨୩ ଅନୁଷ୍ଠିତ ହୋଇଯାଇଅଛି। ଆଞ୍ଚଳିକ ପରିବହନ ଅଧିକାରୀ ଇଂ ଗୋପାଳକୃଷ୍ଣ ଦାସ୍ ଛାତ୍ର ଛାତ୍ରୀଙ୍କୁ ସଡ଼କ ସୁରକ୍ଷା ଜୀବନ ରକ୍ଷା ସମ୍ବନ୍ଧୀୟ ବିଭିନ୍ନ ଉଦାହରଣ ସହ ଆଲୋଚନା କରିଥିଲେ। ତଦ୍ ସହିତ କ୍ଷୁଦ୍ର ଫିଲ୍ମ ଏବଂ ଭିଡିଓ ମାଧ୍ୟମରେ ଛାତ୍ର ଛାତ୍ରୀଙ୍କୁ ସଚେତନ କରାଯାଇଥିଲା।ବାଇକ୍, ସ୍କୁଟି ଆଦି ଚଳାଇବା ବେଳେ ହେଲମେଟ ନ ପିନ୍ଧିବା, ଗାଡ଼ି ଦ୍ରୁତ ଗତିରେ ଚଳାଇବା, ଗାଡ଼ି ଚଳାଇବା ବେଳେ ମୋବାଇଲ୍ ରେ କଥା ହେବା କିମ୍ବା ମେସେଜ କରିବା, ଡ୍ରାଇଭିଂ ଲାଇସେନ୍ସ ନ ଥାଇ ନାବାଳକ ଦ୍ରୁତ ଗତିରେ ଗାଡ଼ି ଚଳାଇବା ସଡ଼କ ଦୁର୍ଘଟଣାର କାରଣ ହୋଇପାରେ ବୋଲି ବିଦ୍ୟାଳୟର ୨୮୦ ଜଣ ଛାତ୍ର ଛାତ୍ରୀ ହୃଦୟଙ୍ଗମ କରିଥିଲେ। ଏହିଭଳି ସଚେତନତାତ୍ମକ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷୀନି ସେଠୀ ପ୍ରଶଂସା କରିବା ସହିତ ଛାତ୍ର ଛାତ୍ରୀଙ୍କ ଉପରେ ଏହା ଅଧିକ ପ୍ରଭାବ ପକାଇବ ବୋଲି ମତ ପ୍ରକାଶ କରିଥଲେ। ବିଦ୍ୟାଳୟର ଶିକ୍ଷକ ସଞ୍ଜୟ କୁମାର ସାମଲ, ଗୁରୁଦେବ ମହାନ୍ତ, କମଳ ଲୋଚନ ପ୍ରଧାନ, ବିଜୟ କୁମାର ବେହେରା, ପ୍ରଦୀପ୍ତ ଦେହୁରୀ, ତନ୍ମୟ ରାଉତ, ଶିକ୍ଷୟିତ୍ରୀ ମମତାରାଣୀ ମହାନ୍ତ, ସାଗରିକା ସାହୁ, ଯାତ୍ରୀ ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।