Odiapua.com

ସଡ଼କ ଦୁର୍ଘଟଣାରେ ୩ ଜଣ ଗୁରୁତର

ଯାଜପୁର ୨୧ା୭ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି ଅପରାହ୍ନରେ କୋରାଇଥାନା ତାରାକୋଟ କଚେରୀ ଗଢିଆ ଛକ ନିକଟରେ ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଗାଡିରେ ବସିଥିବା ୩ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ଗୁରୁତର ହୋଇଥିବା ୩ ଜଣଙ୍କୁ ସ୍ଥାନୀୟ ଜନସାସାରଣଙ୍କ ସାହାର୍ଯ୍ୟରେ ବୈତରଣୀରୋଡ ଅଗ୍ନିଶ୍ରମ ଗାଡି ସାହାଯ୍ୟରେ କୋରାଇ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ମେଡିକାଲ ସୂତ୍ରରୁ ଜଣାପଡିଛି। ଘଟଣାରୁ ପ୍ରକାଶ କୋରେଇ ଥାନା ମୁକୁନ୍ଦପୁର ଗ୍ରାମର ନନ୍ଦ କିଶୋର ପରିଡା ଓ ନବକିଶୋର ବାରିକ୍ ଏକ ବାଇକଯୋଗେ ତାରାକୋଟ ତାଙ୍କ ଶଶୁର ଘରକୁ ଆସୁଥିଲେ। ବିପରିତ ଦିଗରୁ ବରୁଣ୍ଡାଇ ଗ୍ରାମର ସୁବାଶିଷ ରାଉତ ବାଇକ୍ ଯୋଗେ ଯାଜପୁର ରୋଡରୁ ଆସୁ ଥିବାବେଳେ ତାରାକୋଟ କଚେରୀଗଢିଆ ଛକ ନିକଟରେ ଦୁଇ ବାଇକ୍ ଚାଳକ ନିଜର ଭାରସାମ୍ୟ ହରାଇ ମୁହାଁମୁହିଁ ଧକ୍କା କରିଥିବା ଛକରେ ଉପସ୍ଥିତ ଥିବା ପ୍ରତ୍ୟେକ୍ଷଦର୍ଶୀଙ୍କ ସୂତ୍ରରୁ ଜଣାପଡିଛି। ଦୁର୍ଘଟଣାରେ ଉଭୟ ଗୁରୁତର ହୋଇଥିବା ମେଡିକାଲ ସୂତ୍ରରୁ ଜଣାପଡିଛି।