Odiapua.com

ସଡ଼କ ଦୁର୍ଘଟଣାରେ ଯୁବକ ଗୁରୁତର, କଟକ ସ୍ଥାନାନ୍ତର

ଭଦ୍ରକ, ୧୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରା ନିକଟସ୍ଥ ବଳଭଦ୍ରପ୍ରସାଦ ଠାରେ ଏକ ଦୁର୍ଘଟଣା ରେ ଜଣେ ଯୁବକ ଙ୍କ ଅବସ୍ଥା ସଂକଟାପର୍ଣ୍ଣ ହୋଇପଡିଛି। ପ୍ରାପ୍ତ ଖରରୁ ଜଣାଯାଇଛି, ଟିକିନା ଦେ( ୨୫)ବଲଭଦ୍ରପ୍ରସାଦ ଛକ ଠାରେ ନିଜ ବାଇକ ପାଖରେ ଛିଡା ହୋଇଥିବା ବେଳେ କଇଁଥଖୋଲା ଠାରୁ ଆସୁଥିବା ଏକ କାର ଟିକିନା ଙ୍କୁ ଧକ୍କା ଦେଇଥିଲା। ଟିକିନାକୁ ସଙ୍ଗେ ସଂଗେ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଅବସ୍ଥା ଗୁରୁତର ହେବାରୁ ଏକ ଆମ୍ବୁଲାନ୍ସ ଯୋଗେ କଟକ ବଡ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି। ଘଟଣା ସ୍ଥଳ ରୁ ଦୁର୍ଘଟଣା ଘଟାଇ ଥିବା ଚାଳକ ଫେରାର ହୋଇ ଯାଇଥିବା ବେଳେ ଏ ନେଇ ଧାମରା ସାମୁଦ୍ରିକ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି।