Odiapua.com

ସଡକ ଦୁର୍ଘଟଣା ଜନିତ ଶୂନ ମୃତାହତ ପକ୍ଷ ପାଳନ ଉପଲକ୍ଷେ ସାଇକେଲ୍ ସଚେତନତା ରାଲି

ଭଦ୍ରକ, ୨୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଯୁବବର୍ଗ ସମେତ ସବୁବର୍ଗର ନାଗରିକ ମାନେ ପ୍ରତିଦିନ ଗାଡି ଚଳାଇବା ବେଳେ ମୋବାଇଲ୍‌ରେ କଥା ନହୋଇ ଟ୍ରାଫିକ୍ ନିୟମ ମାନିବା ଉଚିତ୍‌। କାରଣ ପ୍ରତିଟି ଜୀବନ ମୂଲ୍ୟବାନ ହୋଇଥିବାରୁ ସଡକ ସୁରକ୍ଷା ନିୟମ ମାନିବା ଦିଗରେ ସଭିଏଁ ଯତ୍ନବାନ ହୋଇ ସୁରକ୍ଷିତ ଭାବେ ନିଜ ଘରକୁ ଫେରିବା ଉଚିତ୍ ବୋଲି ଆଜି ରାଜ୍ୟ ବାଣିଜ୍ୟ ପରିବହନ ବିଭାଗ ଓ ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ସଡକ ଦୁର୍ଘଟଣା ଜନିତ ଶୂନ ମୃତାହତ ପକ୍ଷ ପାଳନ ଅବସରରେ ଜିଲାପାଳ ଦିଲ୍ଲୀପ କୁମାର ରାଉତରାଏ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଆଜି ଏହି ପକ୍ଷ ପାଳନ ଅବସରରେ ଶ୍ରୀ ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସବୁଜ ପତାକା ଦେଖାଇ ସାଇକେଲ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। ଜିଲାପାଳଙ୍କ ସମେତ ଡିଆଇବିର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅଂଶୁମାନ ଦ୍ୱିବେଦୀ, ସିଟି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସମ୍ବିତ ମାଝୀ, ଉପଜିଲାପାଳ ସୌରଭ ଚକ୍ରବର୍ତୀ ଓ ଆରଟିଓ ଶୁଭେନ୍ଦୁ ରଂଜନ ରାୟଙ୍କ ସମେତ ପୁଲିସ୍ ପ୍ରଶାସନର ବହୁ ଅଧିକାରୀ ଓ ଛାତ୍ରଛାତ୍ରୀମାନେ ସାଇକେଲ ଶୋଭାଯାତ୍ରାରେ ନଗର ପରିକ୍ରମା କରି ଟ୍ରାଫିକ୍ ନିୟମ ପାଳନ କରିବାକୁ ଜନସାଧାରଣଙ୍କୁ ସଚେତନ କରିଥିଲେ।