Odiapua.com

ସଡକ ଦୁର୍ଘଟଣାରେ ହାତ ହରାଇଲେ ବାଇକ ଚାଳକ

ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବଜାର ୧୬ନଂ ଜାତୀୟ ରାଜପଥରେ ଶନିବାର ସନ୍ଧ୍ୟା ପ୍ରାୟ ୭-୩୦ମି- ସମୟରେ ସଡକ ଦୁର୍ଘଟଣାରେ ଜଣେ ଡାହାଣହାତ ହରାଇଥିବା ବେଳେ ବାଇକ ଚାଳକ ସାମାନ୍ୟ ଆହତ ହୋଇଥିବା ଜଣାଯାଇଛି। ୧୬ନଂ ଜାତୀୟ ରାଜପଥର ଭଣ୍ଡାରିପୋଖରୀ ବଜାର ଓଭରବ୍ରିଜ ନିର୍ମାଣ ପାଇଁ ଏକପାଖିଆ ରାସ୍ତା ବୁଲାଣି ସ୍ଥାନରେ ପାଣିକୋଇଲି ଆଡୁ ଓଡି ୩୪ ଏ ୭୭୮୭ନଂ ବାଇକ ଯୋଗେ ଆସୁଥିବା ବନ୍ତ ଥାନା ଅନ୍ତର୍ଗତ ତୋଡଙ୍ଗା ଗ୍ରାମର କାହ୍ନୁ ଜେନା(୨୦) ଓ ସୁବାସ ଜେନା(୪୦) ଦୁର୍ଘଟଣାର ଶିକାର ହୋଇଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ ରାସ୍ତା ବୁଲାଣି ଯୋଗୁଁ ବାଇକ ଚଳାଉଥିବା କାହ୍ନୁ ଓ ସୁବାସ ଭାରସାମ୍ୟ ହରାଇ ବାଇକରୁ ତଳେ ପଡିଯାଇଥିଲେ। ପଛରୁ ଆସୁଥିବା ଓଡି ୦୪ ଏନ- ୫୨୭୮ନଂ ଟ୍ରକ ସୁବାସର ଡାହାଣହାତ ଉପରେ ଚଢ଼ିଯିବାରୁ ହାତଟି ସମ୍ପୁର୍ଣ୍ଣର୍ ଭାବେ ଛିଡିଯାଇ ନଷ୍ଟ ହୋଇଯାଇଥିଲା। ଆହତଙ୍କୁ ଭଣ୍ଡାରିପୋଖରୀ ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ସୁବାସକୁ କଟକ ପଠାଯାଇଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ବାଇକଟିକୁ ଜବତ କରିବା ସହ ଟ୍ରକକୁ ମଧ୍ୟ ଜବତ କରିଛି। ଟ୍ରକ ଚାଳକକୁ ଥାନାରେ ଅଟକ ରଖାଯାଇଛି ବୋଲି ଜଣାଯାଇଛି।