Odiapua.com

ସଡକ ଦୁର୍ଘଟଣାରେ ଦୁଇ ମୃତ, ୱାନ ୱେ ପାଇଁ ଗଲା ଦୁଇ ଜୀବନ

ଭଦ୍ରକ, ୧୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୱାନ ୱେ ପାଇଁ ଗଲା ଦୁଇ ଜୀବନ । ରାଜପଥରେ ଟ୍ରକ ସହ ବାଇକ ମୁହାଁ ମୁହିଁ ଧକ୍କା । ଦୁଇ ବାଇକ୍ ଆରୋହୀ ଙ୍କ ମୃତ୍ୟୁ ପରେ ଉତେଜନା । ରାଜପଥ ଅବରୋଧ । ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧୀନ ବିଷ୍ଣୁପୁର ଛକ ନିକଟ ରେ ଏହି ଦୁର୍ଘଟଣା ଘଟିଛି । ରାଜପଥ ରେ ରାସ୍ତା ମରାମତି ପାଇଁ ୱାନ ୱେ କରାଯାଇଅଛି । ତେବେ ଦୁଇ ଜଣ ଯୁବକ ଭଦ୍ରକ ଆଡ଼କୁ ଆସୁଥିବା ବେଳେ ଭଦ୍ରକ ବିଷ୍ଣୁପୁର ଛକ ନିକଟରେ ମୋଟର ସାଇକେଲକୁ ସମ୍ନାରୁ ଏକ ସ୍କାର୍ପ ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଦୁଇ ଜଣ ବାଇକ ଆରୋହୀଙ୍କ ର ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣ ଧାମନଗର ଥାନା ଅଧୀନ ତାଳପଦା ଗାଁର ଦୀପ୍ତି ରଞ୍ଜନ ଧଳ ଓ ଭଦ୍ରକ ଗ୍ରାମାଂଚଳ ଥାନା ଅଧୀନ ରଙ୍ଗରାଜପୁର ଅଂଚଳର ପ୍ରଶାନ୍ତ ସ୍ୱାଇଁ ବୋଲି ସୂଚନା ମିଳିଛି । ଦୁର୍ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତେଜନା ଦେଖାଦେବା ସହ ପ୍ରତିବାଦ ରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ ।