Odiapua.com

ସଡକ ଦୁର୍ଘଟଣାରେ ଜଣେ ଆହତ

ଭଦ୍ରକ, ୨୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ନଗୁଆଁ କେନାଲ ରାସ୍ତାରେ ଜଣେ ବାଇକ ଆରୋହୀ ଦୁର୍ଘଟଣାରେ ଆହତ ହୋଇଥିବା ଜଣାଯାଇଛି । ସୂଚନା ମୁତାବକ ଭଦ୍ରକ ଗ୍ରାମାଞ୍ଚଳ ଥାନା କଲେଇ ଗ୍ରାମର ଦିନବନ୍ଧୁ ପଣ୍ଡା (୩୨) ମଧ୍ୟାହ୍ନରେ ନଗୁଆଁ ଯାଉଥିବା ବେଳେ ଭାରସାମ୍ୟ ହରାଇ ତଳେ ପଡିଯାଇ ଆହତ ହୋଇଥିଲେ । ନଗୁଆଁର ଯୁବକମାନେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ।