Odiapua.com

ସଟ୍‌ଡାଉନ୍ ସମୟରେ ଆଜି ପୁଣି ୩୬ଜଣ ନୂଆ କରୋନା ସଂକ୍ରମଣ ଚିହ୍ନଟ,ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦ରେ ପହଁଚିଲା

ମାଲକାନଗିରି,୧୨ା୭(ଓଡିଆ ପୁଅ ) ମାଲକାନଗିରି ଓ ବାଲିମେଳା ସହର ସଟ୍‌ଡାଉନ୍ ସମୟରେ ଆଜି ଜିଲ୍ଲାରେ ପୁଣି ୩୬ଜଣ ନୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜିର ସଂକ୍ରମିତ ଙ୍କୁ ମିଶାଇ ମାଲକାନଗିରି ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦ ରେ ପହଁଚିଗଲାଣି,ସେଥିମଧ୍ୟରୁ ୧୦୧ ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଥିବା ବେଳେ ୬୯ ଜଣ କରୋନା ଆକ୍ରାନ୍ତ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିବାର ଜିଲ୍ଲାପ୍ରଶାସନ ସୁତ୍ରରୁ ଜଣାପଡିଛି । ଆଜିର ସଂକ୍ରମିତ ଙ୍କ ମଧ୍ୟରୁ ୩୫ଜଣ ସ୍ଥାନିୟ ହୋଇଥିବା ବେଳେ ଅନ୍ୟଜଣେ ତେଲାଙ୍ଗାନା ରାଜ୍ୟଫେରନ୍ତା ପ୍ରବାସୀ ଅଛନ୍ତି । କେବଳ ମାଲକାନଗିରି ପୌରାଚଂଳର କଟେଂନମେଟଂ ଜୋନଅଚଂଳରୁ ୨୦ଜଣ ଙ୍କର ପଜିଟିଭି ବାହାରିଥିବା ବେଳେ ୧୪ଜଣ ବାଲିମେଳା ବିଜ୍ଞାପିତ ଅଚଂଳ ଓ ଅନ୍ୟଜଣେ ଖଇରପୁଟ ବ୍ଲକ ଅଚଂଳର ବୋଲି ଜଣାପଡିଛି । ମାଲକାନଗିରି ଜିଲ୍ଲାରୁ ୩୬ଜଣ ଚିହ୍ନଟ ଆକ୍ରାନ୍ତ ଅନ୍ୟ କେଉଁ ଲୋକଙ୍କ ସଂସ୍ପର୍ଷରେ ଆସିଛନ୍ତି କି ନାହିଁ ତାହାର ଜାଚଂ ଜୋରଦାର ଚାଲିଛି । ଗତ ୧୦ତାରିଖ ରାତ୍ର ୮ଟା ଠାରୁ ୧୨ତାରିଖ ରାତ୍ର ୧୨ଟା ପର୍ଯ୍ୟନ୍ତ ମାଲକାନଗିରି ପୌରାଚଂଳ ଓ ବାଲିମେଳା ଏନଏସି ଅଚଂଳକୁ କୁ ସଟ୍‌ଡାଉନ୍ କରାଯାଇଥିଲା । ଦିନକୁ ଦିନ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସଂକ୍ରମଣରୁ ସୁରକ୍ଷିତ ରିହାବା ପାଇଁ ଆଜି ଠାରୁ ପୁଣି ମାଲକାନଗିରି ପୌରାଚଂଳ ଓ ବାଲିମେଳା ଏନଏସି ଅଚଂଳକୁ ୧୯ତାରିଖ ପର୍ଯ୍ୟନ୍ତ ଜିଲ୍ଲାପ୍ରଶାସନ ପକ୍ଷରୁ ଲକଡାଉନ ଘୋଷଣା କରାଯାଇଛି । ଆଜି ସଟ୍ ଡାଉନ୍ ର ଶେଷ ଦିନରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନେ ପୁବ ର୍ରୁ ଚିହ୍ନଟ ହୋଇଥିବା ସଂକ୍ରମିତ ଙ୍କ ସଂସ୍ପର୍ଷରେ ଆସିଥିବାରୁ ଏମାନେ ଅନ୍ୟକାହା ସଂସ୍ପର୍ଷରେ ଆସିଛନ୍ତି କି ନାହିଁ ଜିଲ୍ଲାପ୍ରଶାସନ ଓ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ତାହାର ଜାଚଂ ଆରମ୍ଭ ହୋଇଯାଇଛି । କରୋନା ଚିହ୍ନଟ ହୋଇଥିବା ଅଚଂଳ ଗୁଡିକୁ କଟେଂନମେଟଂ ଜୋନ କରାଯାଇ ସହରର ବିଭିନ୍ନ ଛକ ସ୍ଥାନରେ ପୁଲିସ ପକ୍ଷରୁ କଡାସୁରକ୍ଷା ବ୍ୟବସ୍ଥା କରାଯାଇ ସହରକୁ ନାକା ବନ୍ଦିକରିଦିଆ ଯାଇଛି । କରୋନା ସଂକ୍ରମଣ ଠାରୁ ସତର୍କ ରହିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଏଥିରେ କେହି ଛାନିଆ କିମ୍ବା ଭୟଭିତ ହୁଅନ୍ତୁନାହିଁ,ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ,ମାସ୍କ ବ୍ୟବହାର କରିବା ସହିତ ସାମାଜିକ ଦୂରତା ବଜାୟୀ ରଖନ୍ତୁ, ସଟ୍ ଡାଉନ ନିୟମକୁ ମାନି ସହରବାସୀ ଜିଲ୍ଲାପ୍ରଶାସନକୁ ସହଯୋଗ କରି କରୋନା ସଂକ୍ରମଣ ଠାରୁ ଦୁରେଇ ରୁହନ୍ତୁ । କୋଭିଡ୧୯ ନିୟମସହ ସରକାର ଓ ଜିଲ୍ଲାପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ନିୟମ କୁ ମାନନ୍ତୁ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲ୍ଲାବାସୀଙ୍କୁ ପରାମର୍ଶ ଦିଆଯାଇଛି ।