Odiapua.com

ସଟ୍‌ଡାଉନ୍ ପାଇଁ ଜିଲ୍ଲାରେ ସବୁ ଆଡେ ଶୁନଶାନ,ଖାଁ ଖାଁ ପରିବେଶ

ଯାଜପୁର ୫ା୪(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କୋରୋନା ସଂକ୍ରମଣକୁ ରୋକିବା ପାଇଁ ଯାଜପୁର ଜିଲାରେ ୪୮ ଘଂଟିଆ ଆସନ୍ତା କାଲି ରାତି ୮ ଟା ପର୍ଯ୍ୟନ୍ତ ସଟ ଡାଉନ ରହିଛି। କେବଳ ଔଷଧ ଦୋକାନକୁ ଛାଡି ଦେଲେ ସବୁ ବଜାର ଘାଟ ବନ୍ଦ ରହିଛି। ସବୁ ଆଡେ ଶୁନଶାନ, ଖାଁ ଖାଁ ପରିବେଶ। ଯାଜପୁର ଜିଲାର ବ୍ରହ୍ମବରଦା ଅଂଚଳରେ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲାପ୍ରଶାସନ ଏପରି ପଦକ୍ଷେପ ନେଇଛି। ଜିଲାର ସମସ୍ତ ବ୍ଲକ ମୁଖ୍ୟାଳୟ ସହିତ ଯାଜପୁର ଓ ବ୍ୟାସନଗର ପୌରାଂଚଳରେ ଏହି ସଟଡାଉନ ଆସନ୍ତା କାଲି ରାତି ୮ ଟା ପର୍ଯ୍ୟନ୍ତ ବଳବତର ରହିବ। ଏହି ସଟ ଡାଉନକୁ ସଫଳ କରିବା ପାଇଁ ଗତକାଲି ରାତିରେ ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ପ୍ଲାଗ ମାର୍ଚ କରାଯାଇ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଥିଲା। ଯାଜପୁର ଜିଲାପାଳ ରଂଜନ କୁମାର ଦାସଙ୍କ ନେତୃତ୍ୱରେ ଏକ ପ୍ରଶାସନିକ ଟିମ ଜିଲାର ବିଭିନ୍ନ ଅଂଚଳ ଗସ୍ତ କରି ଯାଜପୁର ସହରରେ ବୁଲି ବୁଲି ସଟ ଡାଉନ ନିୟମକୁ ମାନିବାକୁ ପରାମର୍ଶ ଦେଇଥିଲେ। ଘରୁ ବାହାରିଲେ ଜବରଦସ୍ତ ୧୪ ଦିନିଆ କ୍ୱାରେନଟାଇନରେ ରହିବାକୁ ବାଧ୍ୟ କରାଯିବ ପ୍ରଶାସନର ଏପରି ନିଷ୍ପତିକୁ ସ୍ୱାଗତ କରିଛନ୍ତି ଜିଲାବାସୀ।ଆଜି ପୋଲିସ ଡିଜି ପାଣିକୋଇଲି ଠାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ପହଂଚି ଜିଲ୍ଲାର ବିଭିନ ଅଂଚଳରେ ଜାରି ହୋଇଥିବା ସଟଡାଉନର ସମୀକ୍ଷା କରିଥିଲେ। ଏଥିସହ ପୋଲିସ ହେଲ୍ପ ଲାଇନ ୧୦୦ କାର୍ଯ୍ୟକ୍ଷମ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ସମୟରେ ଡିଆଇଜି ସିଆର ଆଶିଷ ସିଂ, ଯାଜପୁର ଏସପି ଚରଣ ସିଂ ମୀନା ଉପସ୍ଥିତ ଥିଲେ।