Odiapua.com

ସଞ୍ଜୟ ଦାସବର୍ମାଙ୍କ ନିଖୋଜ ପ୍ରାଇଭେଟ୍ PSO ଙ୍କ ମୃତଶରୀର ନୂଆନଈ ପଠାରୁ ଉଦ୍ଧାର – ହତ୍ୟା ସନ୍ଦେହ

ପୁରୀ ୧୩-୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ବ୍ରହ୍ମଗିରିର ପୂର୍ବତନ ବିଧାୟକ ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ପ୍ରାଇଭେଟ୍ PSO ନିଖୋଜ ଥିବା ବେଳେ ଆଜି ସକାଳୁ ପୁରୀ ସଦର ଥାନା ଗଡ଼ମୃଗସିରା ବ୍ରିଜ ନିକଟ ନୂଆନଈ ପଠାରୁ ତାଙ୍କର ମୃତ ଦେହ ଉଧାର ହୋଇଛି। ଏ ନେଇ ପୁରୀ ସଦରଥାନା ପୋଲିସର ଏକ ମାମଲା ରୁଜୁ ତଦନ୍ତ ଆରମ୍ଭ କରିଛି। ତେବେ ନିଖୋଜ ଯୁବକଙ୍କ ମୃତ୍ୟୁ କିଭଳି ତାହା ତଦନ୍ତ ପରେ ଜଣାପଡିବ ବୋଲି ସଦର ଥାନା ପୋଲିସ କହିଛି। ମୃତକ ଯୁବକ ହେଉଛନ୍ତି ହେଉଛନ୍ତି ବ୍ରହ୍ମଗିରି ବ୍ଲକ୍ ଅର୍ନ୍ତଗତ ସାନ ବନ୍ଧକେରା ଗ୍ରାମର ୨୨ ବର୍ଷୀୟ ଚିତ୍ତରଞ୍ଜନ ପଲେଇ। ପୋଲିସ କହିବା ଅନୁଯାୟୀ ନିଖୋଜ ଚିତ୍ତରଞ୍ଜନ ଗତକାଲି ତାଙ୍କର କିଛି ବନ୍ଧୁଙ୍କ ସହ ଭୋଜି କରିବାକୁ ଆଉ ଘରକୁ ଫେରିନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ସଦର ଗଡ ମୃଗଶିରା ବ୍ରିଜ୍ ନିକଟରେ ରକ୍ତ ଛିଟା ପଡିଥିବା ବେଳେ ଜୋତା, ମୋବାଇଲ ଇତ୍ୟାଦି ପୋଲିସ ଜଵତ କରିଛି। ତେଣୁ ଏସବୁ ଘଟଣାକୁ ଦେଖିଲେ ଚିତ୍ତରଞ୍ଜନକୁ ହତ୍ୟା କରାଯାଇଥିବା କିମ୍ବା ତାଙ୍କୁ ପାଣିରେ ବୁଡାଇ ଦିଆଯାଇଥିବା ପୋଲିସ ସନ୍ଦେହ କରୁଛି। ସଦରଥାନା ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ସାଇଣ୍ଟିଫିକ୍ ଦଳ ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ କରିବ ବୋଲି ପୋଲିସ ସୂଚନା ଦେଇଛି।