Odiapua.com

ସଞ୍ଚୟ ସଚେତନତା ପକ୍ଷ ପାଳନ

ଭଦ୍ରକ, ୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅକ୍ଟୋବର ୩୧ ରୁ ନଭେମ୍ବର ୧୪ ପର୍ଯ୍ୟନ୍ତ ସଞ୍ଚୟ ସଚେତନତା ପକ୍ଷ ପାଳନ ଅବସରରେ ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା ପାଇଁ ଏକ ରଥ ପରିକ୍ରମା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ମହାପାତ୍ର ସବୁଜ ପତାକା ହଲାଇ ଏହି ପରିକ୍ରମାର ଶୁଭ ଉଦ୍‌ଘାଟନ କରିଥିଲେ । ଭାରପ୍ରାପ୍ତ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ତଥା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପଦ୍ମରଞ୍ଜନ ଦାସ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସୁବାସ ଚନ୍ଦ୍ର ନାୟକ, ପୂର୍ବତନ ସ୍ୱଳ୍ପ ସଞ୍ଚୟ ଅଧିକାରୀ ପଦ୍ମନ୍ ରାୟ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସଞ୍ଚୟ ଜରିଆରେ ଲୋକମାନେ ନିଜେ ନିଜର ଆର୍ଥିକ ବିକାଶ କରିପାରିବେ । ଅଧିକରୁ ଅଧିକ ଆତ୍ମନିର୍ଭରଶୀଳ ହୋଇପାରିବେ ବିପଦ, ଆପଦ ଓ ଅଭାବ ସମୟରେ ନିଜ ସଞ୍ôଚତ ଅର୍ଥ ନିଜପାଇଁ ଭରସା ଆଣିଦେବ । ସଞ୍ଚୟ କରି ନିଜର ଆର୍ଥିକ ବିକାଶ କରନ୍ତୁ । ଏହିଭଳି ଆଭିମୁଖ୍ୟ ରଖି ସଞ୍ଚୟ ପ୍ରତି ଆଗ୍ରହ ସୃଷ୍ଟି କରାଯିବାପାଇଁ ଏହା ଏକ ସଚେତନତା ମୂଳକ କାର୍ଯ୍ୟକ୍ରମ ଜିଲ୍ଲାର ବିଭିନ୍ନ ବ୍ଲକ୍‌ରେ ଏହି ପରିକ୍ରମା କାର୍ଯ୍ୟ ଆୟୋଜିତ ଅଂଶ ହେବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ ।