Odiapua.com

ସଜେଇ ହେଲାଣି କୋଣାର୍କ : ବାଲୁକା ଶିଳ୍ପୀମାନଙ୍କ ପାଇଁ ପ୍ରସ୍ତୁତ ହେଲାଣି ଚନ୍ଦ୍ରଭାଗା ପୀଠ

କୋଣାର୍କ ୨୯-୧୧ (ଓଡ଼ିଆ ପୁଅ) ସଜେଇ ହେଲାଣି କୋଣାର୍କ। କୋଣାର୍କ ଉତ୍ସବ ୨୦୨୧ ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ। କାରିଗର ମାନଙ୍କ ଦ୍ଵାରା ଓଡିଶାର କଳାକୃତିକୁ ନେଇ ମୁକ୍ତାକାଶ ରଙ୍ଗମଂଚ ସଜେଇ ହେଉଥିବା ବେଳେ ବାଲୁକା ଶିଳ୍ଫୀ ମାନଙ୍କ ପାଇଁ ପ୍ରସ୍ତୁତ ହେଲାଣି ଚନ୍ଦ୍ରଭାଗା ପୀଠ। ସେପଟେ କୋଭିଡ କଟକଣା ଭିତରେ ପାଳିତ ହେବ ଡାନ୍ସ ପେଷ୍ଟିଭାଲ ଓ ଆର୍ନ୍ତାଜାତିକ ବାଲୁକା କଳା ମହୋତ୍ସବ। ପୂର୍ଵବର୍ଷ ଭଳି ମିନାବଜାର ଓ ଯାତ୍ରା ଉପରେ କଟକଣା ଜାରି କରାଯାଇଥିବା ବେଳେ ସାମାଜିକ ଦୂରତା, ମାକ୍ସ ପରିଧାନ ଓ ସାନିଟାଇଜରକୁ ଦିଅ।ଯାଇଛି ଗୁରୁତ୍ଵ।

ଅ।ସନ୍ତା ଡିସେମ୍ଵର ୧ ତରିଖ ଠାରୁ ୫ ତାରିଖ ପର୍ଯ୍ୟନ୍ତ କୋଣାର୍କ ଉତ୍ସବ ଅନୁଷ୍ଠିତ ହେବ। ଚଳିତ ବର୍ଷ କୋଣାର୍କ ଉତ୍ସବ ସାଙ୍ଗକୁ ବାଲୁକା ମହୋତ୍ସବ କୁ ମଧ୍ୟ ଆକର୍ଷଣୀୟ କରିବା ଲାଗି ଉଦ୍ୟମ କରାଯାଇଥିବାର ଦେଖିବାକୁ ମିଳିଛି। ୫ ଦିନିଆ ଏହି କୋଣାର୍କ ଉତ୍ସବରେ ମୁକ୍ତାକାଶ ରଙ୍ଗ ମଂଚରେ ନାମିଦାମୀ କଳାକାରମାନଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରାଯିବ। ଏଥି ସହିତ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସଵରେ ଦେଶ ବିଦେଶର କଳାକାର ମାନେ ପ୍ରତିନିଧିତ୍ଵ କରିବେ ଏହି କାର୍ଯ୍ୟକ୍ରମରେ। ମୁକ୍ତାକାଶ ରଙ୍ଗମଂଚରେ ପ୍ରତିଷ୍ଠିତ କଳାକାରମାନଙ୍କ ଦ୍ଵାରା କଥକ, କୁଚୁପୁଡି, ଓଡିଶୀ ନୃତ୍ୟ, ଭାରତନାଟ୍ୟମ ପରିବେଷଣ କରାଯିବ। ଯେଉଁ ଥିରେ ଓଡିଶାର କଳା ସଂସ୍କୃତି ସହିତ ଭାରତୀୟ କଳା ସଂସ୍କୃତି କୁ ନୃତ୍ୟ ମାଧ୍ୟମ ରେ ପରିବେଷଣ କରିବେ ନୃତ୍ୟଙ୍ଗନାମାନେ। ବିଶେଷକରି ଏହି ନୃତ୍ୟଶିଳ୍ପୀ ମାନେ ଛତିଶଗଡ, ତାମିଲନାଡୁ, କେରଳ, ଆସାମ, ପଶ୍ଚିମବଙ୍ଗ, ଗୁଜୁରାଟ ଓ ଦିଲ୍ଲିର ନୃତ୍ୟଶିଳ୍ପୀଙ୍କ ଦ୍ଵାରା ନୃତ୍ୟ ପରିବେଷଣ ହେବ। ସେହିପରି ବାଲୁକା ମହୋତ୍ସବରେ ଆନ୍ତର୍ଜାତିୟ ବାଲୁକା ଚିତ୍ରଶିଳ୍ପୀ ମାନଙ୍କ ଦ୍ଵାରା ବାଲିରେ ଜିବନ୍ତ ଛବି କୁ ଉପଭୋଗ କରିବାର ସୁଯୋଗ ପାଇବେ ଦର୍ଶକ। ଏହି ୫ ଦିନିଆ ମହୋତ୍ସଵରେ ପ୍ରତ୍ୟେକ ଦିନ ବିଭିନ୍ନ ବିଷୟ କୁ ନେଇ ବାଲୁକା ଶିଳ୍ପୀ ମାନେ ସେମାନଙ୍କର କଳା ଦେଖାଇବାର ସୁଯୋଗ ପାଇବେ।

ସେପଟେ କୋଣାର୍କ ଉତ୍ସବ କିଭଳି ଭାବରେ ସୁଚାରରୂପରେ ଅନୁଷ୍ଠିତ ହେବ ସେ ନେଇ ଜିଲ୍ଲ। ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଟ୍ରାଫିକ ସମସ୍ୟା କିଭଳି ନ ଉପୁଜିବ ସେ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ କୋଣାର୍କ ଉତ୍ସବକୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ସୁରକ୍ଷା ନିମନ୍ତେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। କୋଭିଡ କଟକଣା କୁ ଗୁରୁତ୍ତ୍ୱ ଦିଆଯାଇଛି। ମୁକ୍ତକାଶ ରଙ୍ଗମଂଚରେ ଛଅ ଶହ ଦର୍ଶକଙ୍କୁ ଅନୁମତି ଥିବା ବେଳେ ସାମାଜିକ ଦୂରତା, ମାକ୍ସ ଓ ସାନିଟାଇଜ କୁ ଗୁରୁତ୍ଵ ଦେଇ ସମସ୍ତ କାର୍ଯ୍ୟ ତ୍ଵରାନିତ ହେବ ବୋଲି କୁହାଯାଇଛି।