Odiapua.com

ସଜା ହୋଇଥିଲା ବେଡ଼, ଥିଲା ଚଉଠି ରାତି; ସ୍ୱାମୀ ଖାଇବାକୁ ବଟିକା, ନିଦ ଖୋଲିଲା ବେଳକୁ, ରୁମରେ ପତି ବଦଳରେ ଥିଲେ ପତିର ସାଙ୍ଗ

ନୂଆ ଦିଲ୍ଲୀ ୯-୧୨ (ଓଡ଼ିଆ ପୁଅ) ପ୍ରତ୍ୟେକ ଝିଅର ବିବାହ ବିଷୟରେ ଅନେକ ସ୍ୱପ୍ନ ଥାଏ। ଅନେକ ସ୍ୱପ୍ନ ନେଇ ଆସିଥାଏ ସେ ଶାଶୁ ଘରକୁ। ବିବାହ ପରେ, ସେ ଏକ ନୂତନ ସୁଖମୟ ଜୀବନ ଆଶାରେ ନିଜ ଘରର ସୀମା ଅତିକ୍ରମ କରି ସାତ ଜନମ ପାଇଁ ଅଗ୍ନିକୁ ସାକ୍ଷୀ ରଖି ସାତଫେରା ନେଇଥାଏ ପତି-ପତ୍ନୀ। ସବୁ ଘାତ ପ୍ରତିଘାତରେ ରକ୍ଷା କରିବା ପାଇଁ ସ୍ୱାମୀ ଦେଇଥାଏ ବଚ୍ଚନ। କିନ୍ତୁ ବେଳେବେଳେ ଏପରି କିଛି ଘଟେ ଯାହା ହଠାତ୍ ସ୍ୱପ୍ନ ଭାଙ୍ଗିଯାଏ। ଇଟାୱାର ଏକ କରୁଣ କାହାଣୀ। ଜଣେ ନବବିବାହିତା ଝିଅ ସହିତ ସମାନ ଘଟଣା ଘଟିଛି। ଯେତେବେଳେ ବିବାହ ପରେ ଝିଅଟି ଶାଶୁ ଘରେ ପହଁଚିଲା, ସେତେବେଳେ ସେ ଜାଣି ନଥିଲା ଯେ, ତାଙ୍କର ପ୍ରଥମ ରାତି ତାଙ୍କ ପାଇଁ ଏକ କଳା ରାତିରେ ପରିଣତ ହେବ। ଝିଅଟି ତା’ ସ୍ୱାମୀ ଏବଂ ଦୁଇ ସାଙ୍ଗଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିଲା। ଯେଉଁଥିପାଇଁ ତା’ ଅବସ୍ଥା ଗୁରୁତର ରହିଛି ଏବଂ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

୨୮ ନଭେମ୍ବରରେ ହୋଇଥିଲା ଏହି ବିବାହ

ୟୁପିର ଇଟାୱା ଜିଲ୍ଲାର ଚାଉବିଆ ପୋଲିସ ତାନା ଅନ୍ତର୍ଗତ ଏହି ମାମଲା। ମାମଲା ଅନୁଯାୟୀ ନଭେମ୍ବର ୨୮ ରେ ଝିଅଟିର ବିବାହ ହୋଇଥିଲା ଏବଂ ସେ ନଭେମ୍ବର ୨୯ ରେ ତାଙ୍କ ଶାଶୁ ଘରକୁ ଆସିଥିଲା। ଶାଶୁ ଘରେ, ସ୍ୱାମୀ ତାଙ୍କୁ ଏକ ବଟିକା ଖାଇବାକୁ ଦେଇଥିଲା। ଗୋଟିଏ ସେ ନିଜେ ମଧ୍ୟ ଖାଇଥିଲା। ଝିଅର କହିବାନୁସାରେ, ଟାବଲେଟ୍ ଖାଇବା ପରେ ସେ ବେହୋଶ ହୋଇଗଲା ଏବଂ ସେହି ସମୟରେ ତାଙ୍କ ସହିତ କିଛି ଭୁଲ ଘଟଣା ଘଟିଗଲା। ଯେତେବେଳେ ଝିଅଟିର ଚେତା ଆସିଲା, ସେତେବେଳେ ଦୁଇଜଣ ଯୁବକ ତା’ କୋଠରୀରୁ ବାହାରକୁ ବାହାରୁଥିବା ଦେଖିବାକୁ ମିଳିଲା। ଏହା ପରେ, ଯେତେବେଳେ ସେ ତା’ ସ୍ୱାମୀଙ୍କ ସହ କଥା ହେବାକୁ ଚାହିଁଲା, ସ୍ୱାମୀ ଓଲଟା ଝିଅକୁ ଦୋଷ ଦେବା ଆରମ୍ଭ କରିଦେଲା।

ଏବେ ଦେହ ଖରାପ ହେବାରୁ ନବ ବିବାହିତା ଡାକ୍ତରଖାନାରେ ଅଛି
ଏହି ଘଟଣା ପରେ ଯେତେବେଳେ ଝିଅଟିର ଅବସ୍ଥା ଖରାପ ହେବାକୁ ଲାଗିଲା, ସେତେବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେ ଚିକିତ୍ସିତ ହେଉଛନ୍ତି। ପୀଡ଼ିତାଙ୍କ ପରିବାର ସଦସ୍ୟ ସ୍ୱାମୀ ଏବଂ ତାଙ୍କ ଦୁଇ ସାଙ୍ଗଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି। ଏହାକୁ ଗୁରୁତର ସହ ନେଇ ପରିବାର ସଦସ୍ୟ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସ ନିଶ୍ଚିତ କରିଛି।