Odiapua.com

ସଙ୍ଗରୋଧ କେନ୍ଦ୍ରରୁ ଚୋରି ଘଟଣା : ୩ କୋର୍ଟ ଚାଲାଣ, ଚୋରି ସାମଗ୍ରୀ ଉଦ୍ଧାର

ଭଦ୍ରକ, ୧୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ତୋରଣପଦା ସଙ୍ଗରୋଧ କେନ୍ଦ୍ରରୁ ଚଳିତ ମାସ ୫ ତାରିଖ ରାତିରେ କବାଟ ଭାଙ୍ଗି ଚୋରି ହୋଇଥିଲା । ସଙ୍ଗରୋଧ କେନ୍ଦ୍ରରେ ଥିବା ଇନଭର୍ଟର, ବ୍ୟାଟେରୀ, ଆକ୍ୱାଗାର୍ଡ ପରି କିଛି ସାମଗ୍ରୀ ଚୋରି ହୋଇଥିଲା ବୋଲି ସାବରଙ୍ଗ ଫାଣ୍ଡିରେ ଅଭିଯୋଗ ହୋଇଥିଲା । ପୁଲିସ୍ ତଦନ୍ତ କରି ୩୩୨/୨୦ ରେ ଏକ ମାମଲା ରୁଜୁ କରିଥିଲା । ଏନେଇ ସାବରଙ୍ଗ ଫାଣ୍ଡି ଓ ଗ୍ରାମାଞ୍ଚଳ ପୁଲିସ୍ ତିନି ଚୋରଙ୍କୁ ଗିରଫ କରି ଚୋରି ସାମଗ୍ରୀ ଉଦ୍ଧାର କରିଥିଲା । ଆଜି ଗ୍ରାମାଞ୍ଚଳ ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍‌ପି କୈଳାସ ପରିଡାହ, ଏସ୍‌ଡିପିଓ ସୁନୀଲ ନନ୍ଦ ଓ ଥାନାଧିକାରୀ ପ୍ରଭାଂଶୁ ମିଶ୍ର ଏହି ଚୋରି ଘଟଣାର ଫର୍ଦ୍ଦାଫାଶ କରିଛନ୍ତି । ଗିରଫ ତିନିଜଣ ହେଲେ ତିହିଡି ଥାନା ଅଧୀନସ୍ଥ ହାତୁଆରି ଗାଁର ଅଶୋକ କୁମାର ମହାପାତ୍ର ଓ ଭୋଳାନାଥ ମହାଳିକ, ଗୋରାମାଟିର ନାରାୟଣ ସାମଲ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।