Odiapua.com

ସଙ୍କଳ୍ପ ପକ୍ଷରୁ ସର୍ଦ୍ଦାର ପଟେଲଙ୍କ ସ୍ମୃତିଚାରଣ

ସମ୍ବଲପୁର, ୩୧/୧୦ (ଓଡ଼ିଆ ପୁଅ) ସହରର ସଙ୍କଳ୍ପ ଅନୁଷ୍ଟାନ ପକ୍ଷରୁ କମିଶନର୍ସ କଲୋନୀ ଗାଂଧୀ ଶିଶୁ ଉଦ୍ୟାନ ପରିସରରେ ଆଜି ଲୈାହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ଡ଼ା. ପ୍ରଭାସ ଦେବତା ସଭାପତିତ୍ୱ କରିଥିଲେ। ସଭାର ମୁଖ୍ୟଅତିଥ ବିଧାୟକ ଜୟ ନାରାୟଣ ମିଶ୍ର କହିଲେ ଯେ, ସର୍ଦ୍ଦାର ପଟେଲ ଦେଶର ଏକତା ଏନଂ ଅଖଂଡ଼ତା ପାଇଁ ସାରା ଜୀବନ ଉତ୍ସର୍ଗ କରିଥିଲେ। ସ୍ୱାଧୀନତା ସଂଗ୍ରାମରେ ସର୍ଦ୍ଦାର ପଟେଲଙ୍କ ଅବଦାନ ଅବିସ୍ମରଣୀୟ। ତାଙ୍କ ପଦାଙ୍କ ଅନିଶରଣ କରି ସମସ୍ତେ ଦେଶ ଏବଂ ଦେଶ ବାସୀଙ୍କ ହିତ ପାଇଁ ନିଜନିଜ ସ୍ତରରେ ଉଦ୍ୟମ କରିବାକୁ ବିଧାୟକ ମିଶ୍ର ଆହ୍ୱାନ ଦେଇଥିଲେ। ସଭାର ସମ୍ମାନୀତ ଅତିଥି ଡ଼ା. ରାଜ କୁମାର ବଡ଼ପଂଡ଼ା ତାଙ୍କ ବକ୍ତବ୍ୟରେ କହିଲେ ୍େୟ, ସର୍ଦ୍ଦାର ପଟେଲଙ୍କ ଜୀବନୀରୁ ଦେଶପାଇଁ ସଙ୍କଳ୍ପ ଭାବନା ଏବଂ ବିଷ୍ଟା ବାବଦରେ ଅନେକ ବିଷୟ ଜାଣିହୁଏ। ଏହା କେବଳ ବର୍ତମାନର ପୀଢି ନୁହେଁ ସର୍ବଦା ଅନୁକରଣୀୟ ଅଟେ। ସୂର୍ଯ୍ୟ ପାଣିଗ୍ରାହୀ ଏବଂ ରଞିତ ରଥ ସଭା ସଂଯୋଜନା କରିଥିଲେ। ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଡ଼. ନନ୍ଦ କିଶୋର ଦେବତା, ଡ଼ା. ତନୁଜ ମିଶ୍ର, ସାବିର ହୁସେନ, ଶରତ ପଂଡ଼ା, ସୈାମିକ ବାବୁ, ଶ୍ରୀକାନ୍ତ ପାଣିଗ୍ରାହୀ, ସଲିଳା ପଂଡ଼ା, ମୁକେଶ ଜରିଓାଲ, ଉପେନ୍ଦ୍ର ଝା, ସଞୟ ଷଢଂଗୀ, ସରୋଜ ସାହୁ, କାହ୍ନୁରାମ ଶର୍ମା, ରଞିତ ରଥ ପ୍ରମୁଖ ଯୋଗ ଦେଇଥିଲେ।