ଭଦ୍ରକ, ୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଫୁଲୁଛି ବୈତରଣୀ ନଦୀ । ପ୍ରବାହିତ ହେଉଛି ବର୍ଷା ଜଳ । ଭଣ୍ଡାରିପୋଖରୀ ଆଖୁଆପଦା ଆନିକୋର୍ଟ ଠାରେ ବଢୁଛି ଜଳ ସ୍ତର। ଭୟବିତ ହୋଇ ରହିଛନ୍ତି ନଦୀ ବନ୍ଧ ନିକଟବର୍ତୀ ବାସିନ୍ଦା । ଖବର ପାଇ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ ଆଖୁଆପଦା ସ୍ଥିତ ଆନୀକୋର୍ଟ ଠାରେ ପହଂଚି ସ୍ଥିତି ଅନୁଧ୍ୟାନ କରିବା ସହିତ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି । ଯେଉଁ ଯେଉଁ ସ୍ଥାନରେ ନଦୀ ବନ୍ଧ ଦୁର୍ବଳ ଅଛି କିମ୍ବା ମରାମତି ହେବାର ଆବଶ୍ୟକତା ରହିଛି । ସ୍ଥିତି ଅନୁଧ୍ୟାନ କରି ତୁରନ୍ତ କାର୍ଯ୍ୟ ରହିବା ସହିତ ନଦୀ ର ଜଳସ୍ତର ବଢିବା ଯୋଗୁଁ ପ୍ରବାହିତ ଅଂଚଳ ଗୁଡ଼ିକ ଚିହ୍ନଟ କରି ରାଜସ୍ୱ ଅଧିକାରୀ ଓ ତହସିଲଦାର ସହିତ ଆଲୋଚନା କରି ଜଳ ନିଷ୍କାସନ ପାଇଁ ପଦକ୍ଷେପ ଗ୍ରହଣ କରିବା ସହିତ ସରକାରୀ ସହାୟତା ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଛନ୍ତି ଭଣ୍ଡାରିପୋଖରୀ ବିଧାୟକ ଶ୍ରୀ ମଲ୍ଲିକ।