Odiapua.com

ସକାଳେ ହେଲା କରୋନାରେ ମୃତ୍ୟୁ, ସନ୍ଧ୍ୟାରେ ପ୍ରଧାନ ପଦ ପାଇଁ ନିବାଚନରେ ବିଜୟୀ ଘୋଷଣା

ନୂଆ ଦିଲ୍ଲୀ ୩-୫ (ଓଡ଼ିଆ ପୁଅ) ଉତ୍ତରପ୍ରଦେଶର ଦେଓରିଆର ଭାଗଲପୁରର ଗ୍ରାମ ପଞ୍ଚାୟତ କାପୁରୀ ଏକୋନା ପ୍ରଧାନ ପ୍ରାର୍ଥୀ ବିମଳାଙ୍କ ଚିକିତ୍ସା ସମୟରେ ଡାକ୍ତରଖାନାରେ ସକାଳେ ମୃତ୍ୟୁ ହୋଇଥିଲା। କିନ୍ତୁ ସନ୍ଧ୍ୟାରେ ନିର୍ବାଚନ ଫଳାଫଳ ଆସିବା ପରେ ସେ ବିଜୟୀ ଘୋଷିତ ହୋଇଛନ୍ତି। ବିମଳାଙ୍କ ମୃତ୍ୟୁ ହେତୁ ଗାଁରେ ଶୋକର ଛାୟା ଖେଳି ଯାଇଛି।

ସୂଚନାଯୋଗ୍ୟଯେ, ଉତ୍ତର ପ୍ରଦେଶରେ ଚାଲିଛି ତିନି ସ୍ତରୀୟ ପଞ୍ଚାୟତ ନିର୍ବାଚନ ମତ ଗଣନା। ​​ଗ୍ରାମ ପଞ୍ଚାୟତ କାପୁରୀ ଏକୋନା ମୁଖ୍ୟ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ଥିଲା। ଏହି ଗ୍ରାମ ପଞ୍ଚାୟତରୁ ପାଞ୍ଚଜଣ ମହିଳା ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଯେଉଁମାନଙ୍କ ମଧ୍ୟରେ ବିମଳା ଦେବୀ ୫୫ ବର୍ଷ, ଚନ୍ଦା ଦେବୀ, ଶୋଭା ଦେବୀ, ଆଶା ଦେବୀ, ସର୍ବପ୍ରଭା ଦେବୀ ସେମାନଙ୍କ ଭାଗ୍ୟ ପରୀକ୍ଷା କରିଥିଲେ।

ଏଥିରେ ସାମାଜିକ କର୍ମୀ ରାମ ମନୋହର ତ୍ରିପାଠୀଙ୍କ ପତ୍ନୀ ବିମଳା ଦେବୀ ଶନିବାର ରାତିରେ ହଠାତ୍ ଅସୁସ୍ଥ ହୋଇପଡିଥିଲେ ଏବଂ ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା। ତାଙ୍କୁ ଅକ୍ସିଜେନ୍‌ ଦିଆଯାଇଥିଲା କିନ୍ତୁ ସକାଳ ପର୍ଯ୍ୟନ୍ତ ତାଙ୍କ ଅବସ୍ଥା ଗୁରୁତର ରହିଲା ଏବଂ ଶେଷରେ ବିମଳା ଦେବୀ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।
ପୁନଶ୍ଚ ସବଚନାଯୋଗ୍ୟଯେ, ବିମଳା ଦେବୀ ୫୫୬ ଭୋଟ ପାଇଥିବାବେଳେ ସର୍ବପ୍ରଭା ଦେବୀ ୩୪୮ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିଲେ।