Odiapua.com

ସଇଁତଲାରେ ଜୁନିୟର ରେଡକ୍ରସ କାଉନ୍ସିଲ ବୈଠକ

ସଇଁତଳା ୬-୧୦ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ସଇଁତଳା ବ୍ଲକ ଅନ୍ତର୍ଗତ ଭଦ୍ରା ପଞ୍ଚାୟତର ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟଠାରେ ଜୁନିୟର ରେଡକ୍ରସ କାଉନସିଲରମାନଙ୍କର ଏକ ବୈଠକ ବସିଥିଲା। ଶ୍ରୀ ବେମାଳଙ୍କ ସଭାପତିତ୍ୱର କାର୍ଯ୍ୟକ୍ରମରେ ପ୍ରଥମେ ନୂତନ ଭାବେ ଦାଇତ୍ୱ ନେଇଥିବା ବ୍ଲକ ସଂଯୋଜକ ହେମନ୍ତ ବେମାଳଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରାଯାଇଥିଲାl ଉକ୍ତ ସଭାରେ ଶ୍ରୀମଦ ଭୋଇ, ରେଙ୍ଗାଲି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୁଳମଣି ଯୋଶୀ, ସଇଁତଳା ବାଳିକା ବିଦ୍ୟାଳୟର ଖେଳ ଶିକ୍ଷୟତ୍ରି ରଞ୍ଜିତା ମିଶ୍ର, ସେଶଦେବ ବାରିକ ଓ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟର ସିଖାକୟ ରାମନାରାୟଣ ଦାସ ମଞ୍ଚାସିନ ଅତିଥି ଭାବରେ ଯୋଗଦେଇଥିଲେ। କାଉନସିଲର ଦିନମଣି ପୋଡ଼ ଅତିଥି ପରିଚୟ ପ୍ରଦାନ ପରେ ନୂତନ ଭାବରେ ଦାଇତ୍ୱ ନେଇଥିବା ସଂଯୋଗକ ସମସ୍ତ କାଉନସିଲର ମାନଙ୍କ ସହଯୋଗୀତା କାମନା କରିବା ସହିତ ବ୍ଲକରେ ରେଡକ୍ରସ ମଜବୁତ କରିବାପାଇଁ ଅହୱାନ ଦେଇଥିଲେ। ଚଳିତ ବର୍ଷ ହେବାକୁଥିବା ଏକଦିବସୀୟ ଜୁନିଅର ରେଡକ୍ରସ ସଚେତନତା କାର୍ଯ୍ୟକର୍ମ ପାଇଁ କାଉନସିଲର ଉମାକାନ୍ତ, ବିନୋଦ ବିହାରୀ ବେହେରା, ରୀନା ଠାକୁର, ରାଜବିହାରୀ ବନଛୋର ଆଲୋକପାତ କରିଥିଲେ। ଏହି ବୈଠକରେ ପ୍ରକାଶ ଚନ୍ଦ୍ର ପ୍ରଧାନ, ଅଭିମନୁ ଭୋଇ, ଚାରିଚନ୍ଦ୍ର କୁମ୍ଭାର, ଲାଲମାନ ଭୋଇ, ମୋନଜ କୁମାର ଗହୀର, ପ୍ରଶାନ୍ତ ବାଗ, ଶ୍ରୀବ୍ୟାସ ସେଲମା, ନେପାଳ ପଧାନ, ସୁବ୍ରନସୁ ଶେଖର ଭୋଇ, ସଂଜିପାଣି ମହାନନ୍ଦ ଯୋଗ ଦେଇଥିଲେ ଶେଷରେ କାଉନସିଲର ଛୋଟୁ ନାଗ ଧନ୍ୟବାଦ ଦେଇଥିଲେ।