Odiapua.com

ସଂସ୍କୃତ ସମ୍ଭାଷଣ ଉଦ୍ ଯାପିତ

ପୁରୀ, ୩/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ସଂସ୍କୃତ ଭାଷା ବିଶ୍ୱକୁ ଏକତା ସୁତ୍ରରେ ବାନ୍ଧି ପାରିବ। ଏହି ଭାଷା ବିଶ୍ୱକୁ ଏକ ପରିବାର ଭଳି ସଂଯୁକ୍ତ ରଖିବାର କ୍ଷମତା ରଖିଥିବା କହିଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର ହରିହର ହୋତା। ଭଦ୍ରକ ଲୋକ ଭାଷା ପ୍ରଚାର ସମିତି ପକ୍ଷରୁ ଆୟୋଜିତ ସଂସ୍କୃତ ସମ୍ଭାାଷଣ ଶିବିର ଉଦ୍ ଯାପନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୁଳପତି ପ୍ରଫେସର ହୋତା ଏହା କହିଛନ୍ତି। ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ସ୍ନାତକୋତର ସାହିତ୍ୟ ବିଭାଗରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଲୋକ ଭାଷା ପ୍ରଚାର ସମିତିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ଼. ସଦାନନ୍ଦ ଦୀକ୍ଷିତ କହିଛନ୍ତି ବିଦେଶରେ ସାହିତ୍ୟ ଓ ସଂସ୍କୃତ ଭାଷଣ ଚାହିଦା ଅନୁଭୂତ ହେଲାଣି। ସଂସ୍କୃତ ଭାଷା ଶିକ୍ଷା କରୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ନିଯୁକ୍ତି କ୍ଷେତ୍ର ବ୍ୟାପକ ରହିଛି। ସ୍ନାତକୋତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଗୋବିନ୍ଦଚନ୍ଦ୍ର କର, ଅବସରପ୍ରାପ୍ତ ଆଚାର୍ଯ୍ୟ ଅଦ୍ୱେତ ଚରଣ ଧଳ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଶିବିରକୁ ସମିତିର ବରିଷ୍ଠ ପ୍ରଶିକ୍ଷକ ଆସାମର ଧ୍ରୁବଜ୍ୟୋତି ମହନ୍ତ ଓ ସରୋଜ କୁମାର ଦାସ ପରିଚାଳନା କରିଥିଲେ। ସଂସ୍କୃତ ନାଟକ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା। ଅଧ୍ୟାପକ ନୀଳାମ୍ବର ବାଘ, ଓ ଡ଼. ଦେବାଶିଷ ତ୍ରିପାଠୀ ଶିବିର ପରିଚାଳନା କରିଥିଲେ। ବିଭାଗ ମୁଖ୍ୟ ବସନ୍ତ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।