Odiapua.com

ସଂସ୍କୃତ ଏକାଡ଼େମୀ ପ୍ରତିଷ୍ଠା ଦିବସ

ପୁରୀ, ୨୨/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଓଡ଼ିଶା ସଂସ୍କୃତ ଏକାଡ଼େମୀ ୩୪ତମ ପ୍ରତିଷ୍ଠା ଦିବସ ଯୋଗ ପ୍ରାଣାୟମ ଶିକ୍ଷା କେନ୍ଦ୍ରରେ ଗୁରୁବାର ପାଳିତ ହୋଇଛି। କଟକୀମଠ ମହନ୍ତ ଡ଼ଃ ବିଜୟ ନାରାୟଣ ରାମାନୁଜ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଂସ୍କୃତ ଭାଷା ଓ ଶିକ୍ଷାର ପ୍ରସାର ପାଇଁ ପରାମର୍ଶ ଦେଇଥିଲେ। ଭାରତୀୟ ସଂସ୍କୃତିର ସୁରକ୍ଷା ସଂସ୍କତ ଦ୍ୱାରା ସମ୍ଭବପର ବୋଲି ସେ ମତ ଦେଇଛନ୍ତି। ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଅବସରପ୍ରାପ୍ତ ପ୍ରଫେସର ଡ଼ଃ ପ୍ରଭାତ ରଞ୍ଜନ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ସୁଖ ଓ ଶାନ୍ତି ଦ୍ୱାରା ଯେଉଁ ଆନନ୍ଦ ମିଳେ ଭୌତିକ ବିଜ୍ଞାନ ତାହା ସମ୍ଭବପର ନୁହେଁ। ଶ୍ରୀମଦ ଭଗବତ ଗୀତାରେ ଜୀବନ ଗଠନରେ ମାର୍ଗ ରହିଛି। ଏକାଡ଼େମୀ ମହାସଚିବ ଡ଼ଃ ପ୍ରମୋଦ ଚନ୍ଦ୍ର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶ୍ରୀକୃଷ୍ଣ ଶତାୟୁ ଯୁବ ପରିଷଦ ସଂଯୋଜକ ଡ଼ଃ ସୀମାଚଳ ପଣ୍ଡା, ରେଭନ୍ସା ବିଶ୍ୱବିଦ୍ୟାଳୟ ସଂସ୍କୃତ ବିଭାଗ ଅଧ୍ୟାପକ ଡ଼ଃ ଯୁଧିଷ୍ଠିର ସାହୁ, ଡ଼ଃ ତାରାକାନ୍ତ ମିଶ୍ର, ଡ଼ଃ ରବିନାରାୟଣ ସାହୁ, ଯୋଗାଚାର୍ଯ୍ୟ ଅକ୍ଷୟ କୁମାର ଗ୍ରହାଚାର୍ଯ୍ୟ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ସଂସ୍କୃତ ଶିକ୍ଷାର ଏବଂ ଆଧ୍ୟାତ୍ମିକ ଜାଗରଣ ଦ୍ୱାରା ବିଶ୍ୱରେ ଶନ୍ତି ପ୍ରତିଷ୍ଠା ହୋଇପାରିବ ବୋଲି ସେମାନେ ମତ ଦେଇଥିଲେ। ଡ଼ଃ ଚକ୍ରଧର କର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।