ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) –ଭଦ୍ରକ ବ୍ଲକ କୋରଣ୍ଟ,ରାନ୍ଦିଆ ରାଧାକୃଷ୍ଣ ରାସ ମଣ୍ଡଳୀର ସଦସ୍ୟ ସଂସ୍କୃତି ପ୍ରେମୀ ଲକ୍ଷ୍ମୀଧର ସେଠୀଙ୍କ ଏକାଦଶାହରେ ସ୍ମୃତି ସଭା ଅନୁଷ୍ଠିତ ହୋଇଛି। ଅମିୟ ମହାପାତ୍ରଙ୍କ ଆବାହକତ୍ୱରେ ନାରାୟଣ ପାଢୀ, ରମାକାନ୍ତ ଗାହାଣ, ନିରଞ୍ଜନ ମହାପାତ୍ର, ଯୋଗେନ୍ଦ୍ର ସେଠୀ, ରବିନ୍ଦ୍ର କୁମାର ବେହେରା,ପସନ୍ନ କୁମାର ସାହୁ ପ୍ରମୁଖ ୰ଲକ୍ଷ୍ମୀଧର କଳା ସଂସ୍କୃତିକୁ ଭଲ ପାଉଥିବା ବ୍ୟକ୍ତି ଥିଲେ ବୋଲି କହିଥିଲେ। ପ୍ରାରମ୍ଭରେ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ନିରବ ପ୍ରାର୍ଥନା କରାଯାଇଥିଲା।