Odiapua.com

ସଂସ୍କୃତିର ଆଦାନ ପ୍ରଦାନ ନିମନ୍ତେ ଇଣ୍ଡୋନେସିଆର ପୂର୍ବତନ ରାଜ୍ୟପାଳଙ୍କୁ ଆମନ୍ତ୍ରଣ

ଭୁବନେଶ୍ୱର, ୭/୯ (ଓଡ଼ିଆ ପୁଅ) : ଆର୍ଯଭଟ୍ଟ ଟ୍ରଷ୍ଟ ଏବଂ କଳିଙ୍ଗ ଆନ୍ତର୍ଜାତୀୟ ଯୁବ ପ୍ରତିଷ୍ଠାନର ମିଳିତ ସହଯୋଗରେ “କଳିଙ୍ଗ ବାଲି ସଙ୍ଗମ” ଭଳି ଏକ ସଂସ୍କୃତି ବିନିମୟ କାର୍ଯକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଇଣ୍ଡୋନେସିଆର ପୂର୍ବତନ ରାଜ୍ୟପାଳ ଆଇ ମେଡ ମାଙ୍ଗକୁ ପସ୍ତିକା ଓ ତାଙ୍କର ଦଶ ଜଣିଆ ପ୍ରତିନିଧୀ ଦଳ ସରକାରି ଗସ୍ତରେ ଓଡିଶା ଆସି ପହଞ୍ଚଛନ୍ତି। ଏହି କାର୍ଯକ୍ରମରେ ଓଡିଶାର ରାଜ୍ୟପାଳ ମହାମାନ୍ୟ ପ୍ର.ଗଣେଶି ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ଏହି ଗସ୍ତ କାଳରେ ଇଣ୍ଡୋନେସିଆ ପୂର୍ବତନ ରାଜ୍ୟପାଳ ଆଇ ମେଡ ମାଙ୍ଗକୁ ଓଡିଶାର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କଟକ ଜିଲ୍ଲାପାଳଙ୍କୁ ସାକ୍ଷାତ କରିବା ସହିତ ନିଫ୍ଟ(ଏନ୍ଆଇଏଫଟି), ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ଓଡିଶା ସାମୁଦ୍ରୀକ ସଂଗ୍ରାହାଳୟ ପରିଦର୍ଶନ କରିବାର କାର୍ଯକ୍ରମ ରହିଛି।

ଏହି ଅବସରରେ ରାଜ୍ୟପାଳ ମହାମାନ୍ୟ ପ୍ର.ଗଣେଶି ଲାଲ କହିଥିଲେ ଯେ, ଭାରତ ଏପରି ଏକ ଦେଶ ଯାହା ସବୁ ବର୍ଗର ଲୋକଙ୍କ ପାଇଁ ସ୍ୱାଗତଯୋଗ୍ୟ, ଯେପରି ବ୍ରାହ୍ମଣ ହେଉ କି ଚଣ୍ଡାଳ, ପବିତ୍ର ହେଉ କି ଅପବିତ୍ର, ଶ୍ଳୀଳ ହେଉ ବା ଅଶ୍ଳୀଳ, ଜୀବନ୍ତ ହେଉ ବା ମୃତ ଏହା ହେଉଛି ଭାରତର ଦର୍ଶନ।ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ପୂଜାର୍ଚ୍ଚନା କ୍ଷେତ୍ରରେ ଭିନ୍ନତା ଥିଲେ ମଧ୍ୟ ଅନ୍ତରରୁ ଆମେ ସମାନ।

ଓଡିଶା ଓ ବାଲିର ଯେଉଁ ମାନ୍ୟଗନ୍ୟ ବ୍ୟକ୍ତିଙ୍କୁ “କଳିଙ୍ଗ ବାଲି ସଙ୍ଗମ ସମ୍ମାନ”ପ୍ରଦାନ କରାଯାଇଛି ସେମାନେ ହେଲେ, ସ୍ୱସ୍ତି ଗୃପ୍ ଅଫ୍ ହୋଟେଲର ସଭାପତି ଜିତେନ୍ଦ୍ର କୁମାର ମହାନ୍ତି, ଗଞ୍ଜାମ ପବ୍ଲିକ ସର୍ଭିସ ଆରଟିଓ ସଞ୍ଜୟ କୁମାର ବଶ୍ୱାଳ, ଗାନ୍ଧୀପୁରି ଆଶ୍ରମ ବାଲିର ସଭାପତି ଶ୍ରୀ ଅଗୁସ, ପ୍ଲାଷ୍ଟିକ୍ ଓ କସ୍ମେଟିକ୍ ସର୍ଜନ ତଥା ଓସିଏସ୍ସି ମେଡିକାଲ ଟୁରିଜିମର ନିର୍ଦେଶକ ଡ.ଅକ୍ଷୟ ରାଉତ, ସୋ ଆମ ଆଇ ପାଉଣ୍ଡେସନ ଟ୍ରଷ୍ଟ ସୋସିଆଲ ସର୍ଭିସର ଟ୍ରଷ୍ଟି ଅରବିନ୍ଦ ଅଗ୍ରୱାଲ, ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟସେବି ଦୀଲିପ କୁମାର ନାୟକ ଏବଂ ରେଡିଏସନ ଅଙ୍କୋଲୋଜିର ପରିଚାଳନା ନିର୍ଦ୍ଦେଶକ ଡ.ସଞ୍ଜିବ କୁମାର ମିଶ୍ର।

କାତ୍ୟାୟନୀ ମହାନ୍ତିଙ୍କ କ୍ଲାସିକାଲ ଓଡଶୀ ନୃତ୍ୟ ଓ ଏକ ଭିଡିଓ ମାଧ୍ୟମରେ କଳିଙ୍ଗ ଓ ବାଲି ସମ୍ପର୍କର ସ୍ମୃତିଚାରଣ କରି ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ।ପରେ ଓଡିଶାର ହସ୍ତଶିଳ୍ପ ଓ ଐତିହ୍ୟ ଉପରେ ଏକ ର୍ୟାମ୍ପ୍ ସୋ ନ୍ୟାଶନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅପ୍ ଫ୍ୟାଶନ ଟେକ୍ନୋଲୋଜିର ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା।ଶେଷରେ ସୁର୍ ଭାଇବ୍ରେସନ ଡ.ଜୟଶ୍ରୀ ଧଳ ସଂସ୍କୃତିର ଆଦାନପ୍ରଦାନ ଶୀର୍ଷକ ପ୍ରଦର୍ଶନରେ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା। ଏଥିରେ ବହୁ ବିଶିଷ୍ଟ ଶିକ୍ଷାବିତ୍, ଉଦ୍ୟୋଗି ଏବଂ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଆର୍ଯ୍ୟଭଟ୍ଟ ଟ୍ରଷ୍ଟର ପ୍ରତିଷ୍ଠାତା ତଥା “କଳିଙ୍ଗ ବାଲି ସଂଗମ”ର ଆୟୋଜକ ଚିଦମଟ୍ଟଟ୍ଟ. ଖଟୁଆ କହିଥିଲେ ଯେ, ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ହିଁ କଳିଙ୍ଗ ଓ ବାଲି ମଧ୍ୟରେ ଥିବା ସମ୍ପର୍କକୁ ଅନେକ ବର୍ଷ ପର୍ଯ୍ୟନ୍ତ ସମୃଦ୍ଧ ଓ ମଜବୁତ୍ କରିବାରେ ସହାୟକ ହେବ।କଳିଙ୍ଗ ବାଲି ସଙ୍ଗମର କୋ-କନଭର୍ନର ତଥା କଳିଙ୍ଗ ଆନ୍ତର୍ଜାତୀୟ ଯୁବ ପ୍ରତିଷ୍ଠାନର ପ୍ରତିଷ୍ଠାତା ବିଭୁପ୍ରସାଦ ସ୍ୱାଇଁ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଇଣ୍ଡୋନେସିଆରୁ ଆସିଥିବା ଅନ୍ୟ ଅତିଥିମାନେ ହେଲେ, ଇଣ୍ଡୋନେସିଆ ଇଣ୍ଡିଆ ସଙ୍ଗମ ଅଧ୍ୟକ୍ଷ- ଅଗସ ଇନ୍ଦ୍ର ଉଦାୟନ, ପୂର୍ବତନ ରାଜ୍ୟପାଳ ମଙ୍ଗକୁ ଙ୍କ ପତ୍ନି- ମିସେସ ନି ମେଡ୍ ଆୟୁ ପୁତ୍ରୀ, ହେଡ ଅଫ୍ ଟୁରିଜିମ୍- ପୁଟୁ ଅଗୁସ ମହା ଉସାଧା, ଆଇ ମେଡ ରିଟି (ଡବ୍ଲୁଏଚ୍ପି), ଡବ୍ଲୁଏଚ୍ପିର ଏସ୍ସି ସେକ୍ରେଟାରୀ- ଆଇ କେତୁଟ ନାଗାସ୍ତାୱା, ଡବ୍ଲୁଏଚ୍ପିର ସଦସ୍ୟ- ଆଇ ନିୟୋମାନ ସୁମାନ ଥା, ବିଜିନେସ ଆସୋସିଏସନ ମୁଖ୍ୟ- ନିୟୋମାନ ୱିକାକ୍ସାନା ୱିରାଯାତ, ଶିକ୍ଷା ଓ ସଂସ୍କୃତିର ଭାଇସ ଆମ୍ବାସଡର- ଇର୍ଭାନ ଫାଚରିଜାଲ ଏବଂ ଆସୋ ମହମ୍ମଦ୍ ଇକ୍ସାନ।