ନୂଆ ଦିଲ୍ଲୀ ୧୯-୧୧ (ଓଡ଼ିଆ ପୁଅ) : ସଂସଦର ଶୀତକାଳୀନ ଅଧିବେସନର ଆଜି ଦ୍ୱିତୀୟ ଦିନ। ଲୋକସଭାରେ ଆଜି ଦ୍ୱିପ୍ରହର ଚାରିଟା ସମୟରେ ପ୍ରଦୂଷଣ ଉପରେ ତର୍କ ହେବ। ବିଏସିର ବୈଠକରେ ହୋଇଥିବା ଆଲୋଚନା ଉପରେ ସହମତି ବନିଛି। ଆଜି ପ୍ରଦୂଷଣ ଉପରେ ହେବାକୁଥିବା ଚର୍ଚ୍ଚା ଏଥିପାଇଁ ମଧ୍ୟ ମହତ୍ଵପୂର୍ଣ୍ଣ କାରଣ ଦେଶର ରାଜଧାନୀ ଦିଲ୍ଲୀ ଏବଂ ଏହାର ଆଖ-ପାଖ ସ୍ଥାନ ଗ୍ୟାସ ଚାମ୍ବରରେ ପରିଣତ ହୋଇଛି। ଯେଉଁଠାରେ ଗୋଟିଏ ପଟେ ଜନତା ପ୍ରଦୂଷଣରେ ଷଢ଼ୁଛନ୍ତି ଅପରପଟେ ରାଜନେତାମାନଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପର ଚାଲୁରହିଛି।
ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ସୋମବାରଦିନ ସ୍ପଷ୍ଟ କରିଛନ୍ତି କି ଏବେ ରାଜଧାନୀରେ ଅଡ-ଇଭିନର ଆବଶ୍ୟକତା ନାହିଁ। ସେ ଦିଲ୍ଲୀର ଲୋକଙ୍କୁ ଆଶ୍ୱସ୍ତି ଦେଇ କହିଛନ୍ତି କି ଏବେ ବାୟୁମଣ୍ଡଳ କିଛିମାତ୍ରାରେ ସଫା ହୋଇଯାଇଛି।
କୁହାଯାଇପାରେଯେ, ନିକଟରେ ସୁପ୍ରୀମ କୋର୍ଟ କେନ୍ଦ୍ର, ପଞ୍ଜାବ, ହରିଆଣା ଏବଂ ଉତ୍ତର ପ୍ରଦେଶ ସରକାରଙ୍କୁ ସମାଲୋଚନା କରିଥିଲେ ଏବଂ ମୁଖ୍ୟ ସଚିବମାନଙ୍କୁ ଏହା ବିଷୟରେ ନୋଟିସ୍ ଜାରୀ କରିଥିଲେ। କୋର୍ଟ ମୁଖ୍ୟ ସଚିବମାନଙ୍କୁ ୨୯ ନଭେମ୍ବରରେ ଡାକିଛନ୍ତି। ନଡ଼ା ଜଳାଇବାକୁ ରୋକିବା ପାଇଁ କ’ଣ ପଦକ୍ଷେପ ଉଠାଇଛନ୍ତି, ଏହାର ଉତ୍ତର ଦେବା ପାଇଁ କୋର୍ଟ ନୋଟିସ୍ ଜାରୀ କରିଛନ୍ତି। ଏହି ଚାରୋଟି ରାଜ୍ୟଗୁଡ଼ିକରରେ ୨୫ ନଭେମ୍ବର ପର୍ଯ୍ୟନ୍ତ ହଲଫନାମା ଦାୟର କରିବାକୁ ପଡ଼ିବ।