Odiapua.com

ସଂସଦ ଭବନରେ ମୁଖ୍ୟମନ୍ତ୍ରୀ : କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ, ଦଳୀୟ ସାଂସଦମାନଙ୍କୁ ଦେଲେ ଗୁରୁମନ୍ତ୍ର

ନୂଆ ଦିଲ୍ଲୀ ୨୯-୩ (ଓଡ଼ିଆ ପୁଅ) ତିନିଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୋମବାର ଦିନ ମୁଖ୍ୟମନ୍ତ୍ରୀ ନୂଆ ଦିଲ୍ଲୀ ଗସ୍ତରେ ଆସି ସୋମବାରଦିନ ଏକ କ୍ରୀଡ଼ା ସମ୍ମିଳନୀରେ ଯୋଗଦେବା ସହ କ୍ରୀଡା ପୁରସ୍କାର କାର୍ଯ୍ୟକ୍ରମରେ ମହିଳା ହକି ଦଳକୁ ଉତ୍ସାହିତ କରିଥିଲେ।

ବର୍ତ୍ତମାନ ସଂସଦର ବଜେଟ ଅଧିବେଶନ ଚାଲିଛି। ଦିଲ୍ଲୀ ଗସ୍ତ ସମୟରେ ସଂସଦ ଭବନର ସେଣ୍ଟ୍ରାଲ ହଲରେ କେନ୍ଦ୍ରମନ୍ତ୍ରୀମାନଙ୍କ ସହିତସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସଂସଦରେ ଅବଶ୍ୟ ବିଜେଡି ସାଂସଦମାନଙ୍କ ଦ୍ବାରା ରାଜ୍ୟର ବିଭିନ୍ନ ପ୍ରସଙ୍ଗ ଉପସ୍ଥାପନ କରାଯାଉଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର ନ୍ୟାର୍ଯ୍ୟ ଦାବିକୁ ନେଇ କେତେକ କେନ୍ଦ୍ର ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସାକ୍ଷାତ ଫଳରେ ଏହାର ଗୁରୁତ୍ବ ଅଧିକ ବୃଦ୍ଧି ପାଇଛି।

ଏହା ସମେତ ସଂସଦ ଭବନରେ ଥିବା ବିଜେଡି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ଦଳୀୟ ସାଂସଦମାନଙ୍କ ସହିତ ଆଜି ଆଲୋଚନା କରିଥିଲେ। ଦଳୀୟ ସାଂସଦମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟର ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଥିଲା। ଓଡ଼ିଶାର ବିଭିନ୍ନ ପ୍ରସଙ୍ଗକୁ ଶାଣିତ ସ୍ବରରେ ସଂସଦରେ ଉପସ୍ଥାପନ ପାଇଁ ସେ ସାଂସଦମାନଙ୍କୁ ଗୁରୁମନ୍ତ୍ର ଦେଇଥିବା ଜଣାପଡ଼ିଛି।

ଅପର ପକ୍ଷରେ ଏହି ଗସ୍ତକୁ ରାଜନୈତିକ ଦୃଷ୍ଟିରୁ ମଧ୍ୟ ବିଶେଷ ଗୁରୁତ୍ବ ଅଟେ ବୋଲି ରାଜନୈତିକ ପଣ୍ଡିତମାନେ ଆକଳନ କରୁଛନ୍ତି। ଆଗକୁ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ରହିଛି। ରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ଭୂମିକା ନିଶ୍ଚିତ ଭାବରେ ଗୁରୁତ୍ବପୂର୍ଣ୍ଣ। ପୂର୍ବ ସମୟଗୁଡ଼ିକ ଉପରେ ଆଲୋକପାତ କଲେ ସଂସଦରେ ବିଜେଡି କେନ୍ଦ୍ର ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ସମର୍ଥନ ଦେଇଆସୁଅଛି। ତେଣୁ ଏନ୍‌ଡିଏ ପକ୍ଷରୁ ଏଥର ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ସ‌ହଯୋଗ ଲୋଡ଼ାଯିବ।