Odiapua.com

ସଂଶୋଧିତ ଟ୍ରାଫିକ ନିୟମକୁ ବିରୋଧ

ଜୟପୁର,୧୦/୦୯,(ଓଡ଼ିଆ ପୁଅ ପି ନାଏକ): ସଂଶୋଧିତ ମୋଟର ଯାନ ଆଇନ ୨୦୧୯କୁ ଜୟପୁରରେ ବିରୋଧ । ଏହି ଆଇନକୁ ବାତିଲ କରିବା ଦାବିରେ ଆଜି ମିଳିତ ମୋଟର କର୍ମଚାରୀ ସଂଘ ଓ ଅଟୋ ଚାଳକ ସଂଘ ଜୟପୁର ଦେଇ ଯାଇଥିବା ଜାତୀୟ ରାଜପଥ ୨୬କୁ ଟ୍ରାଫିକ୍ ଛକ ନିକଟରେ ଅବରୋଧ କରିଥିଲେ। ଏହାକୁ ସହରର ବିଭିନ୍ନ ସଂଗଠନ ସମର୍ଥନ ବି କରିଥିଲେ।

ଦିନ ୧୦ଟାରୁ ଆରମ୍ଭ ହୋଇଥିବା ଏହି ରାସ୍ତା ଅବରୋଧ ଦିନ ୧୨ଟା ପର୍ଯ୍ୟନ୍ତ ଚାଲିବାର ଥିଲା। ତେବେ ଅଧ ଘଣ୍ଟାର ରାସ୍ତା ଅବରୋଧରେ ରାସ୍ତାର ଉଭୟ ପଟେ ଶହ ଶହ ଗାଡି ଅଟକି ରହିବା ଫଳରେ ଟ୍ରାଫିକ୍ ସମସ୍ୟା ଦେଖା ଦେଇଥିଲା। ଆଉ ଏଥିରେ ହସ୍ତକ୍ଷେପ କରିଥିଲା ଜୟପୁର ପୋଲିସ। ଜୟପୁର ଟାଉନ ଥାନା ଅଧିକାରୀ ଓ ଏସ୍.ଡି.ପି.ଓଙ୍କ ନେତୃତ୍ବରେ ପୋଲିସ ପହଞ୍ଚି ରାସ୍ତାରୋକ ହଟାଇଥିବା ବେଳେ ରାସ୍ତାରୋକ କରିଥିବା ୨୩ ଜଣ ଆନ୍ଦୋଳନକାରୀଙ୍କୁ ଅଟକ ରଖିଥିଲା।