Odiapua.com

ସଂଯୁକ୍ତ କୃଷକ ମୋର୍ଚ୍ଚା ଓ କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ମିଳିତ ମଂଚ ପକ୍ଷରୁ ଭଦ୍ରକରେ ସଭା

ଭଦ୍ରକ, ୧୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ବିରୁଦ୍ଧରେ କୃଷି ଶ୍ରମିକ ଓ ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକ ମାନଙ୍କ ମଜୁରୀ ବୃଦ୍ଧି ଦାବିରେ ୧୯୮୨ ମସିହାରେ ଆମ ଦେଶରେ ସଂଗଠିତ ପ୍ରଥମ ସର୍ବଭାରତୀୟ ସାଧାରଣ ଧର୍ମଘଟରେ ସହୀଦ ହୋଇଥିବା କୃଷି ଶ୍ରମିକ ଓ ଶ୍ରମିକ ମାନଙ୍କ ସ୍ମୃତିରେ ତଥା ଆମ ଦେଶରେ ମୋଦି ସରକାର ଆଣିଥିବା ଶ୍ରମିକ ବିରୋଧୀ ଶ୍ରମ କୋର୍ଡ ବାତିଲ କରିବା,ରାଷ୍ଟ୍ରାୟତ ଉଦ୍ୟୋଗ ର ଘରୋଇକରଣ ବଂଦ କରିବା, କୃଷିଋଣ ଛାଡ କରିବା, କୃଷକ ଓ ଶ୍ରମିକ ଆତ୍ମହତ୍ୟା ବଂଦ କରିବା, ଦେଶ ତମାମ ସାଂପ୍ରଦାୟିକ ଭିଡହତ୍ୟା ଓ ଭିଡହିଂସା ବଂଦ କରିବା ଦାବିରେ ଏକ ପଥପ୍ରାନ୍ତ ସଭା ଓଡିଶା କ୍ଷେତମଜଦୂର ୟୁନିୟନ ଭଦ୍ରକ ଜିଲ୍ଲା ସଭାପତି ପ୍ରଫୁଲ୍ଲ ପାଢୀ ଙ୍କ ଅଧ୍ୟକ୍ଷତାରେ ଭଦ୍ରକ ଷ୍ଟେଟବ୍ୟାଙ୍କ ଛକଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଓଡିଶା କୃଷକ ସଭା ରାଜ୍ୟ ଯୁଗ୍ମ ସଂପାଦକ ବିକାଶ ନାଥ, ସିଆଇଟିୟୁ ଜିଲ୍ଲା ସଭାପତି ଦିବ୍ୟସିଂହ ନାୟକ, ସିଆଇଟିୟୁ ଜିଲ୍ଲା ସଂପାଦକ କାଳନ୍ଦୀ ପାତ୍ର, ଓଡିଶା କ୍ଷେତମଜଦୂର ୟୁନିୟନ ଜିଲ୍ଲା ସଂପାଦକ ଗିରିଧାରୀ ନାଥ, ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ରାଜ୍ୟ ସଂପାଦିକା ସୁରଜିତା ନାୟକ, ବରିଷ୍ଠ କୃଷକ ନେତା ନିରଞ୍ଜନ ପାଣି, ବୀମା କର୍ମଚାରୀ ନେତା ନବକିଶୋର ବେହେରା, ଶ୍ରମିକ ନେତା ମହେଶ୍ୱର ନାୟକ, ଆଇନଜୀବୀ ବିଜୟ ରାଉତ,ଶ୍ରମିକ ନେତା ଜୟନୂଲ ଆବେଦିନ, ଶ୍ରମିକ ନେତା ସେକ୍ ସିକ୍ରୁ, ସେକ୍ ସତାର, ଯୁବନେତା ବିପ୍ଳବ ଯେନା, କ୍ଷେତମଜଦୂର ନେତା ସୁରେନ୍ଦ୍ର ନାୟକ, ଯୁବନେତା ଜିଲାନି ଖାନ୍ ପ୍ରମୁଖ ବକ୍ତବ୍ୟ ରଖି ରାଜ୍ୟ ଓ କେନ୍ଦ୍ରରେ ବିଜେପି ସରକାରଙ୍କ ଜନବିରୋଧି କର୍ପୋରେଟ ସପକ୍ଷବାଦୀ ନୀତି ବିରୁଦ୍ଧରେ ଶ୍ରମିକ- କୃଷକ- କୃଷି ଶ୍ରମିକ ମାନେ ଏକଜୁଟ ହୋଇ ଲଢେଇ କରିବାକୁ ଆହ୍ୱାନ ଜଣାଇଥିଲେ । ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ଓ ଭଦ୍ରକ ଜିଲ୍ଲାରେ ଅଭାବୀ ଧାନ ବିକ୍ରି ବିରୁଦ୍ଧରେ ଆଗାମୀ ଦିନରେ ତୀବ୍ର ଲଢେଇ ହେବା ସଂଗେ ସଂଗେ ଶ୍ରମିକ ଓ କୃଷକ ମାନଙ୍କ ଅଧିକାର ପାଇଁ ଆସନ୍ତା ଫେବୃଆରୀ-୧୨ ସର୍ବଭାରତୀୟ ସାଧାରଣ ଧର୍ମଘଟ କୁ ଭଦ୍ରକ ଜିଲ୍ଲାରେ ସଫଳ କରିବା ପାଇଁ ଭଦ୍ରକ ଜିଲ୍ଲାବାସୀଙ୍କୁ ନିବେଦନ କରିଥିଲେ ।