Odiapua.com

ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆସନ୍ତା ୧୮ ତାରିଖ ସାରା ଦେଶରେ ଦିଆଯାଇଥିବା ରେଳରୋକ ଡାକରାକୁ କଂଗ୍ରେସର ସମର୍ଥନ

ଭୁବନେଶ୍ୱର ୧୬.୧୦ (ଓଡ଼ିଆ ପୁଅ) – ଉତର ପ୍ରଦେଶର ଲକ୍ଷ୍ମୀପୁର ଖେରି କୃଷକ ଗଣହତ୍ୟା ଘଟଣାରେ କେନ୍ଦ୍ର ସ୍ୱରାଷ୍ଟ୍ର ବିଭାଗର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରିବା ଅପରାଧୀ ମାନଙ୍କୁ ଦୃଷ୍ଟାନ୍ତ ମୂଳକ ଦଣ୍ଡଦେବା ଏବଂ କୃଷକ ବିରୋଧୀ ତିନି କଳା କୃଷି ଆଇନ ପ୍ରତ୍ୟାହାର ଦାବିରେ ଆସନ୍ତା ୧୮ ତାରିଖ, ସୋମବାର ସାରାଦେଶରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ୬ ଘଂଟିଆ ରେଳରୋକ ଡାକରାକୁ ଭାରତୀୟ ଜାତୀୟ କଂଗ୍ରେସର ସମର୍ଥନ କରିବାପାଇଁ ନିଷ୍ପତି ନେଇଛି ବୋଲି ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଆଜି ଭାରତ ବର୍ଷରେ ଚାଲିଥିବା ଅନ୍ୟାୟ, ଅବିଚାର, ଅତ୍ୟାଚାର, କୃଷକ ଗଣହତ୍ୟା, କୃଷକ ଶ୍ରମିକ ମାରଣନୀତି, ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି, କ୍ରମବର୍ଦ୍ଧିଷ୍ଣୁ ବେକାରୀ ସମସ୍ୟା, ଆଦିବାସୀ, ଦଳିତ, ସଂଖ୍ୟାଲଘୁ ଏବଂ ମହିଳା ମାନଙ୍କ ବିରୋଧରେ ହିଂସା ଆକ୍ରମଣ ଇତ୍ୟାଦି ସବୁ ପାଇଁ କେନ୍ଦ୍ରର ମୋଦି ସରକାର ଦାୟୀ। ମୋଦି ସରକାର ହେଉଛନ୍ତି ଦେଶ ଏବଂ ବିଦେଶବାସୀଙ୍କ ଶତ୍ରୁ। ଏହି ମର୍ମରେ ଜିଲ୍ଲାସ୍ତରରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସାରା ରାଜ୍ୟରେ ରେଳରୋକ କାର୍ଯ୍ୟକ୍ରମକୁ ପୂର୍ଣ୍ଣମାତ୍ରାରେ ସଫଳ କରିବାପାଇଁ ପିସିସି ସଭାପକତି ଶ୍ରୀ ପଟ୍ଟନାୟକ ଜିଲ୍ଲା ସଭାପତି ମାନଙ୍କୁ ପତ୍ର ଲେଖିଛନ୍ତି। ରାଜ୍ୟର ସମସ୍ତ କଂଗ୍ରେସ ନେତୃବୃନ୍ଦ, ସାଂସଦ, ବିଧାୟକ, ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ, ସାମୁଖ୍ୟ ଓ ପ୍ରକୋଷ୍ଠର କର୍ମକତା, ସାଂସଦ ଓ ବିଧାୟକ ପ୍ରାର୍ଥି, କୃଷକ, ଶ୍ରମିକ ଓ ଜନସାଧାରଣ ଆସନ୍ତା ୧୮ ତାରିଖ, ସୋମବାର ଦିନ ୧୦ ଘଟିକାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ରେଳରୋକରେ ସାମିଲ ହୋଇ ରେଳରୋକ ଡାକରା କାର୍ଯ୍ୟକ୍ରମକୁ ସଫଳ କରିବାକୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି ବୋଲି ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର କହିଛନ୍ତି।