ଭଦ୍ରକ, ୧୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ସଂଚୟ ପକ୍ଷ ପାଳନ ଅବସରରେ ଏକ ରକ୍ତ ଦାନ ଶିବିର ଆୟୋଜିତ ହୋଇଯାଇଛ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ। ଏହି ଶିବିର କୁ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଉଦ୍ଘାଟନ କରିଥିଲେ ଓ ସମସ୍ତଙ୍କୁ ସଂଚୟ ଓ ସାମାଜିକ ଦାୟିତ୍ୱ ବୋଧତା ସଂପର୍କରେ ଅବଗତ କରାଇବା ସହ ଅଧିକରୁ ଅଧିକ ରକ୍ତ ଦାନ କରିବା ପାଇଁ ଅନୁପ୍ରାଣିତ କରିଥିଲେ। ଏହି ସଭାରେ ଅତିଥି ଭାବରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଡେପୁଟି କଲେକ୍ଟର, ପୂର୍ବତନ ଜିଲ୍ଲା ଆର୍ôଥକ ସେବା ଓ ସଂଚୟ ଅଧିକାରୀ ଓ ଡାକ ବିଭାଗ ଅଧିକାରୀ ଯୋଗ ଦେଇଥିଲେ। ଏହି ଶିବିରରେ ଡାକ ଅଭିକର୍ତା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଡାକ ବିଭାଗ ର କର୍ମକର୍ତା ଯୋଗଦେଇ ଶିବିର ଟିକୁ ସଫଳ କରିଥିଲେ। ମୋଟ ୨୮ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।