Odiapua.com

ସଂଚାର ନୃତ୍ୟାନୁଷ୍ଠାନର ଗୁରୁ ପୂଜନ ଓ ପ୍ରତିଭା ସମ୍ବର୍ଦ୍ଧନା ଉତ୍ସବ, ସଂସ୍କୃତିକୁ ବଞ୍ଚାଇବାରେ ନୃତୀଶିଳ୍ପୀ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ- ନୃତ୍ୟଗୁରୁ

ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ବିଟିପୁର ପଞ୍ଚାୟତସ୍ଥ ରାଜୟୁଥ କ୍ଲବ ପରିସରରେ ସଂଚାର ନୃତ୍ୟାନୁଷ୍ଠାନର ଗୁରୁ ପୂଜନ, ପ୍ରତିଭା ସମ୍ବର୍ଦ୍ଧନା ଓ ପୋଷାକ ବଣ୍ଟନ ଉତ୍ସବ ଗୁରୁ ଦିବସ ଅବସରରେ ଆଜି ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାକୁ ସଂଚାର ସଭାପତି ସାମ୍ବାଦିକ ହେମନ୍ତ ସିଂହ ପୌରହିତ୍ୟ କରିଥିଲେ। ପ୍ରାରମ୍ଭରେ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ ଉପସ୍ଥିତ ରହି କୁନିକୁନି ନୃତ୍ୟଶିଳ୍ପୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ପୁରୁଷଣ୍ଢ ସେବାସମବାୟ ସମିତିର ସଭାପତି ପ୍ରଶାନ୍ତ ଦାଶ ଯୋଗଦେଇ କହିଲେ ସଂଚାର ନୃତ୍ୟାନୁଷ୍ଠାନ ଏକ ଅଗ୍ରଣୀ ସଂସ୍ଥା ଯାହାକି ଓଡ଼ିଶାର କଳା ଓ ସଂସ୍କୃତିକୁ ସଞ୍ଚରିତ କରିଆସୁଛି। ସଂଚାର କଳାକାରଙ୍କ ଉଦ୍ୟମ ବାସ୍ତବିକ ପ୍ରଶଂସାଯୋଗ୍ୟ କହି ଛାତ୍ରଛାତ୍ରୀ ମାନଙ୍କ ନୃତ୍ୟାଭ୍ୟାସ ନିମନ୍ତେ ଏକ ଗୃହର ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ ସ୍ଥାନୀୟ ବିଧାୟକଙ୍କ ସହିତ ଆଲୋଚନା କରିବେ ବୋଲି ଶ୍ରୀ ଦାଶ ପ୍ରତିଶ୍ରୁତି ଦେଇଥିଲେ।

ମୁଖ୍ୟବକ୍ତା ଭାବେ ପୂର୍ବତନ ପ୍ରଶାସନିକ ଅଧିକାରୀ ଗୋକୁଳାନନ୍ଦ ରଥ, ସମ୍ମାନିତ ଅତିଥି ଭାବେ ବିଟିପୁର ସରପଞ୍ଚ ସୁଭଦ୍ରା ସିଂହ, ପୁରୁଷଣ୍ଢ ସରପଞ୍ଚ ପ୍ରକାଶ ବିଶ୍ୱାଳ, ଧର୍ମ ଗୁରୁ ଅବିନାଶ ବାବା, ସମାଜସେବୀ ବାଇଧର ଜେନା, ପୂର୍ବତନ ସରପଞ୍ଚ ରବୀନ୍ଦ୍ର କୁମାର ପଣ୍ଡା, ନୃତ୍ୟଗୁରୁ ଶୁଭେନ୍ଦୁ ଲେଙ୍କା, ଚିତ୍ରଶିଳ୍ପୀ ଗୁରୁ ମମତା ମହାନ୍ତି ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନେ ପାଠପଢା ସହିତ ନୃତ୍ୟ, ସଙ୍ଗୀତ ଓ ଚିତ୍ରକଳାରେ ଶିକ୍ଷା ଗ୍ରହଣ କରି ନିଜର ଅର୍ନ୍ତନିହିତ ଜ୍ଞାନ ର ପରିପ୍ରକାଶ କରିପାରିବା ସହିତ ସ୍ୱାବଲମ୍ବୀ ହୋଇ ପାରିବେ ବୋଲି ମତବ୍ୟକ୍ତ କରିଥିଲେ। ପ୍ରାରମ୍ଭରେ ନୃତ୍ୟ ଓ ଚିତ୍ରଶିଳ୍ପୀ ଗୁରୁଙ୍କୁ ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା କରାଯାଇ ଗୁରୁବନ୍ଦନା ଗାନ କରାଯାଇଥିଲା। ଏହି ଅବସରରେ ଗୁରୁ ଦ୍ୱୟଙ୍କ ସମେତ ଶିକ୍ଷକ ଅଶୋକ କୁମାର ଖିଲାର, ପରିବେଶବିତ୍ ରବୀନ୍ଦ୍ର କୁମାର ଜେନା, ଶିକ୍ଷକ ସଂଘ ନେତା ହରମୋହନ ପଣ୍ଡା, ଆଧ୍ୟାତ୍ମିକ ଗୁରୁ ଅବିନାଶ ବାବା, ଶିକ୍ଷାବିତ୍ ଉପେନ୍ଦ୍ର ଶତପଥିଙ୍କୁ ସମ୍ବର୍ଦ୍ଧନା ପତ୍ର ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ଅତିଥିମାନଙ୍କ ଦ୍ୱାରା ନୃତ୍ୟାନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ କରାଯାଇଥିଲା। କୈଳାସ ଚନ୍ଦ୍ର ଧଳଙ୍କ ମଞ୍ଚ ପରିଚାଳନାରେ ଅତସି ବାରିକ, ଲକ୍ଷ୍ମୀପ୍ରିୟା ଦାସ ଗୁରୁବନ୍ଦନା ଗାନ, ପ୍ରଜ୍ଞା ମହାନ୍ତି ମାନପତ୍ର ପାଠ ଓ ଗୋଲକ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ସିକନ୍ଦର ଜେନା, ପ୍ରଶାନ୍ତ କୁମାର ସେଠୀ, ସୁବୋଧ କୁମାର ସାହୁ, ଶତ୍ରୁଘ୍ନ ପାଣିଗ୍ରାହୀ, ଚିତ୍ତରଞ୍ଜନ ଦାସ, ନୀହାର ରଞ୍ଜନ ସାହୁ, ଚଞ୍ଚଳା ସାହୁ, ଲକ୍ଷ୍ମୀପ୍ରିୟା ମହାପାତ୍ର, ଅମିତା ନାୟକ, ଲକ୍ଷ୍ମୀ ସେନାପତି, ଉର୍ମିଳା ନାୟକ, ସନ୍ତୋଷ ମଲ୍ଲିକ, ଗୋପିନାଥ ପାଢୀ, ଭୀଷ୍ମଦେବ ଜେନା, ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।