Odiapua.com

ସଂଗ୍ରାମୀ ମହମ୍ମଦ ହନିଫଙ୍କ ୫୭ ତମ ଶ୍ରାଦ୍ଧ ପାଇଁ ପ୍ରସ୍ତୁତି

ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଫେଲୋସିପ ଠାରେ ପୁରୁଣା ବଜ଼ାର ସଂଗ୍ରାମୀ ମହମ୍ମଦ ହନିଫ ସ୍ମୃତି ସଂସଦ ଆନୁକୂଲ୍ୟରୁ ସ୍ୱାଧୀନତା ସଂଗ୍ରାମୀ ମହମ୍ମଦ ହନିଫ ବାବୁଙ୍କ ୫୭ ତମ ବାର୍ଷିକ ଶ୍ରାଦ୍ଧ ପାଇଁ ପ୍ରସ୍ତୁତି ବୈଠକ ସଭାପତି ଅଜୟ ନାୟକ ଙ୍କ ପୌରୋହିତରେ ଏବଂ ବିଶିଷ୍ଟ କବି ମାଷ୍ଟର ମୁସ୍ତାକ ଗୌହର ଙ୍କ ସଂଚାଳନରେ ଅନୁଷ୍ଠିତ ହୋଇଯାଇଛି ଓ ଏହି ଅନୁଷ୍ଠିତ ସଭାରେ ସମସ୍ତ ସଭ୍ୟଙ୍କ ଉପସ୍ଥିତ ରେ ସିଦ୍ଧାନ୍ତ ହେଲା ଯେ ଆସନ୍ତା ୬ ଅକ୍ଟୋବର (ରବିବାର)ରେ ସ୍ୱାଧୀନତା ସଂଗ୍ରାମୀ ମହମ୍ମଦ ହନିଫଙ୍କ ୫୭ ତମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳନ କରାଯିବ ଓ ଏହି ଉତ୍ସବ ଦିନ ପୁରୁଣା ବଜ଼ାର ବୁଢା ଗଣେଷ ଙ୍କର ଭଷାଣି ଉତ୍ସବ ହେଉଥିବାରୁ ମହମ୍ମଦ ହନିଫଙ୍କ ର ସାଧାରଣ ସଭା ସ୍ଥଗିତ କରାଯାଇଛି । କେବଳ ନାରାୟଣ ଚନ୍ଦ୍ର ହାଇସ୍କୁଲ ଉତର ପଟ ଗେଟ ରୁ ଏକ ଶୋଭାଯାତ୍ରା ବାହାରି ପୁରୁଣା ବଜ଼ାର ଛକ ଦେଇ କାଜ଼ି ମହଲା ଠାରେ ମହମ୍ମଦ ହନିଫଙ୍କ ସମାଧି ପୀଠରେ ପହଂଚି ଶ୍ରଦ୍ଧାଞ୍ଜଳି ଦିଆଯିବ ଓ ସର୍ବଧର୍ମ ପ୍ରାର୍ଥନା କରାଯିବ ଓ ସୂଚନାଯୋଗ୍ୟ ଯେ ଭଦ୍ରକ ପୁରୁଣା ବଜ଼ାର ସ୍ଥିତ କାଜ଼ି ମହାଲା ନିବାସୀ ସେକ ଅବଦୁଲ ଦୟାନ ଓ ଅମିରୁନ ବିବି ଙ୍କ ଔରଷ ରୁ ମହମ୍ମଦ ହନିଫ ୧୨ ଜୁଲାଇ ୧୮୯୯ ରେ ଜନ୍ମ ହୋଇ ୬ ଅକ୍ଟୋବର ୧୯୬୭ ରେ ପରଲୋକ ହୋଇଥିଲା ଓ ଇଂରେଜ ମାନଙ୍କ ଅତ୍ୟାଚାର ଶାସନ ତାଙ୍କ ମନରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା । ତେଣୁ ୨୧ ବର୍ଷ ବୟସ ରେ ଅବକାରୀ ବିଭାଗ ନିରୀକ୍ଷକ ଚାକିରୀ ଛାଡି ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଲେ ଓ ୧୯୪୨ ଭାରତ ଛାଡ଼ ଆନ୍ଦୋଳନ ରେ ଜେଲ ଭୋଗିଲେ ଓ ୧୯୫୦ ରେ ଲୋକସଭା ସଦସ୍ୟ, ୧୯୫୨ ରେ ଭଦ୍ରକ ବିଧାନସଭା ରୁ ନିର୍ବାଚିତ ହୋଇ ଓଡ଼ିଶାରେ ଉପ-ବାଚସ୍ପତି ଓ ୧୯୬୬ ମସିହାରେ ଭାରତର ରାଜ୍ୟସଭା ସଦସ୍ୟ ଥିଲେ ଓ ଏହି ଅନୁଷ୍ଠିତ ସଭା ରେ ଏସ.ଏମ. ଫାରୁକ, ହାଜି ଅନୱର ହୋସେନ, ହାଜି ଅବଦୁଲ କାଶିମ ଖାନ, ସୁଧାକର ରାଉତ , ବିବେକାନନ୍ଦ ମୁଖାର୍ଜି , ଅଶୋକ କୁମାର ଦାସ, ଲଲାଟେନ୍ଦୁ ମହାନ୍ତି, ଅଟଳ ବିହାରୀ ନାୟକ , ଶାନ୍ତନୁ କୁମାର ରାଉତ , କୈଳାଶ ମହାପାତ୍ର , ହାଜି ଅବଦୁଲ ମୁକିତ ଖାନ, ମିର୍ଜା ଇଜ଼ାଜ଼ ବେଗ ଓ ଲକ୍ଷ୍ମୀକାନ୍ତ ବାରିକ ପ୍ରମୁଖ ଉପସ୍ଥିତ ରହିଥିଲେ ।