Odiapua.com

ସଂଗ୍ରାମର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ବାଲିଗୁଡା, ୨/୬ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବୁଡୁରିକିଆ ପଞ୍ଚାୟତର ବାଲିସୁଗା ଗ୍ରାମ ର ନରସିଂହ ମଳିକ ଙ୍କ ପୁଅ ସଂଗ୍ରାମ ମଳିକ ବୟସ ୧୦ ବର୍ଷ। ସେ ଆଦିବାସୀ ଅଟନ୍ତି। ପୁଅର ଦୁଃଖ ରେ ସେ ଭାଙ୍ଗି ପଡିଛନ୍ତି ତାଙ୍କ ବାପା ନରସିଂହ ତାଙ୍କ ପୁଅ ର ପାଟି ରେ ବଡ ଧରଣର ଗୁଳାଟିଏ ହୋଇଛି, ଯାହା ଦ୍ୱରା କି ଖାଇବାରେ କଷ୍ଟ ଅନୁଭବ କରୁଛି, ତାଙ୍କର ଅର୍ଥ ଅଭାବରୁ ବଡ ମେଡିକାଲ ରେ ଦେଖେଇପାରୁନାହାନ୍ତି। ସେ ଦିନ ମଜୁରୀଆ କରି ଚଳନ୍ତି। ସେଥିରେ ତାଙ୍କର ଚୁଲି ଜଳେ ଏପଟେ ପିଲା ର ଦୁଃଖ ରେ ସେ ଭାଙ୍ଗି ପଡିଛନ୍ତି। ଏପଟେ ପିଲା ଟି ଷଷ୍ଠଶ୍ରେଣୀରେ ପାଠ ପଢେ। ତାଙ୍କର ଏହି ପରି ହେବା ଦ୍ୱରା ସ୍କୁଲ କୁ ଯିବା ବନ୍ଦ ହୋଇ ଯାଇଛି। ଯାହାକି, ପିଲା ର ଭବିଷ୍ୟତ ଅନ୍ଧାର ହୋଇ ଯାଇଛି ବୋଲି ତାଙ୍କ ବାପା କହିଛନ୍ତି। ପୁଅର ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ କିଛି ସାହାଯ୍ୟ କଲେ ଭଲ ଭାବରେ ଚିକିତ୍ସା ହୋଇ ପାରିବ ବୋଲି ସେ ଆଶା ରଖିଛନ୍ତି। ଦେଖିବାକୁ ବାକି ରହିଲା ଯେ, କେବେ ପ୍ରଶାସନ ଦୃଷ୍ଟି ଦେଉଛି। ଏବଂ ସଂଗ୍ରାମର ମୁହଁରେ କେବେ ହସ ଫୁଟିବ।