Odiapua.com

ସଂଗୀତା ମୋଟର୍ସ ମ୍ୟାନେଜର ଆତ୍ମହତ୍ୟା ମାମଲା : ଅଭିଯୁକ୍ତ ଗିରଫ ନ ହେଲେ ଶୁକ୍ରବାର ଧାରଣା ଦେବ କଂଗ୍ରେସ

ଭଦ୍ରକ, ୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବହୁ ଚର୍ଚ୍ଚିତ ସଂଗୀତା ମୋଟର୍ସ ମ୍ୟାଜରଙ୍କ ଆତ୍ମହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସଂଗୀତା ମୋଟର୍ସର ମାଲିକ ଚନ୍ଦନ ଶାହାକୁଗିରଫ କରା ନଗଲେ ଭଦ୍ରକ ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ ଏସପି ଅଫିସ ଆଗରେ ଧାରଣା ଦିଆଯିବ ବୋଲି ଆଜି ଏସପିଙ୍କୁ ଭେଟି କଂଗ୍ରେସ ପକ୍ଷରୁ ଚେତାବନୀ ଦିଆ ଯାଇଛି । ଏଥିସହିତ ସହରରେ ଚାଲିଥିବା ବିହାରୀ କ୍ରିମିନାଲ ଲିଙ୍କ, ଡ୍ରଗ୍ସ ବ୍ୟବସାୟ, ମଦ କାରବାର ଆଦିରେ ବୁଡି ରହିଥିବା ଗୁପ୍ତା-ଶାହାଙ୍କ କ୍ରିମିନାଲ ନେଟୱାର୍କକୁ ତଦନ୍ତ କରାଯିବା ନିମେନ୍ତ କଂଗ୍ରେସ ନେତୃବୃନ୍ଦ ଏସ୍‌ପିଙ୍କ ଆଲୋଚନା କରିଛନ୍ତି । ଭଦ୍ରକ ଗବସାହି ଗ୍ରାମର ଚିତ୍ତରଂଜନ ଯେନା ସଂଗୀତା ମୋଟର୍ସରେ ମ୍ୟାନେଜର ଭାବେ କାର୍ଯ୍ୟ କରି ଆସୁଥିବା ବେଳେ ମାଲିକଙ୍କ ନିର୍ଯାତନା, ଜୁଲୁମ୍ ସହି ନ ପାରି ଅ୍ରାତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିବା କଥା ସେ ମୃତ୍ୟୁ ପୂର୍ବରୁ ସୁଇସାଇଡାଲ ନୋଟରେ ସ୍ପଷ୍ଟ ଭାବରେ ଲେଖିଛନ୍ତି । ତାଙ୍କର ମୃତ୍ୟୁ ପାଇଁ ମାଲିକ୍ ଚନ୍ଦନ ଶାହା ଦାୟୀ ଏବଂ ଚନ୍ଦନ ଶାହାଙ୍କ ନିର୍ଦ୍ଦେଶରେ ତାଙ୍କୁ ନାନା ପ୍ରକାର ଶାରୀରିକ ଏବଂ ମାନସିକ ନିର୍ଯାତନା ମଧ୍ୟ ଦିଆଯାଉଥିଲା । ସୁଇସାଇଡ ନୋଟ୍‌ରେ ପ୍ରମାଣ ପାଇବା ପରେ ମଧ୍ୟ ପୁଲିସ ଅଭିଯୁକ୍ତକୁ ଗିରଫ ନ କରିବା ପଛରେ ବିପୁଳ ଅର୍ଥ ଏବଂ ରାଜନୈତିକ ଚାପ ଦାୟୀ ବୋଲି ଭଦ୍ରକ କଂଗ୍ରେସ ନିର୍ବାଚନ ମଣ୍ଡଳୀ ନେତା ତଥା ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ନଳିନୀକାନ୍ତ ମହାନ୍ତି ଏସ୍‌ପି ରାଜେଶ ପଣ୍ଡିତଙ୍କୁ ଅବଗତ କରାଇଛନ୍ତି । ଭଦ୍ରକରେ ବଢି ଚାଲିଥିବା ଅପରାଧୀକରଣ ପଛରେ ବିହାରୀ କ୍ରିମିନାଲଙ୍କ ଏକ ନେଟୱାର୍କ କାର୍ଯ୍ୟ କରୁଛି ବୋଲି ମହାନ୍ତି କହିଛନ୍ତି ।

 

 

ଭଦ୍ରକ ସହରରେ ବୃଦ୍ଧି ପାଉଥିବା ବିହାରୀ କ୍ରିମିନାଲାଇଜେସନର ପୁରା ର‌୍ୟାକେଟ ବିହାରୀଙ୍କ ନେତୃତ୍ୱରେ ଚାଲିଛି । ସଂଗୀତା ମୋଟର୍ସ ମାଲିକ ଚନ୍ଦନ ଶାହାଙ୍କର ପାରିବାରିକ ସଂପର୍କୀୟ ଶ୍ୟାମସୁନ୍ଦର ଗୁପ୍ତାଙ୍କର ଅପରାଧିକ କାର୍ଯ୍ୟକଳାପର କ୍ରାଇମ୍‌ବ୍ରାଂଚ ତଦନ୍ତ କରାଯାଉ ବୋଲି କଂଗ୍ରେସ ଦାବି କରିଛି । ଭଦ୍ରକ ସହରରେ ଅଳ୍ପ ଦିନରେ ଶାହା-ଗୁପ୍ତା ବ୍ୟବସାୟିକ ସାମ୍ରାଜ୍ୟ ବୃଦ୍ଧି ପାଇବା ପଛର କାରଣ କଣ ଏହାର ପୁରା ତଦନ୍ତ କ୍ରାଇମବ୍ରାଂଚ କଲେ ସତ୍ୟାସତ୍ୟ ସାମ୍‌ନାକୁ ଆସିବ ବୋଲି କଂଗ୍ରେସ ଦାବି କରିଛି । ତୁରନ୍ତ ଏସବୁର ତଦନ୍ତ କରାଯିବା ସହିତ ଚିତ୍ତରଂଜନଙ୍କ ହତ୍ୟାକାରୀ କୁହାଯାଉଥିବା ଚନ୍ଦନ ଶାହାଙ୍କୁ ଗିରଫ କରା ନଗଲେ ଆସନ୍ତା ଶୁକ୍ରବାର ଭଦ୍ରକ ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ ସାମାଜିକ ଦୂରତା ରକ୍ଷା କରାଯାଇ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଦିଆଯିବ ବୋଲି ଶ୍ରୀ ମହାନ୍ତିଙ୍କ ସମେତ ଅବଦୁଲ ମୁକିତ ଖାଁ, ରାଜନ ଲାହା, ସେକ୍ ଜିକୁ ପ୍ରମୁଖ ଜଣାଇଛନ୍ତି । ଏହି ନେତୃମଣ୍ଡଳୀ ଏସ୍‌ପିଙ୍କୁ ଭେଟିବା ପୂର୍ବରୁ ପ୍ର୍‌ଥମେ ମୃତ ଚିତ୍ତରଂଜନଙ୍କ ପରିବାର ଲୋକଙ୍କୁ ଭେଟିଥିଲେ । ପରିବାର ଲୋକମାନେ ଏକପ୍ରକାର ଭୟଭୀତ ଜୀବନ ଯାପନ କରୁଥିବା ଏହି ନେତୃମଣ୍ଡଳୀ ଅନୁଭବ କରିଥିବା ଏସ୍‌ପିଙ୍କ ଆଗରେ ମଧ୍ୟ ପ୍ରକାଶ କରିଛନ୍ତି । ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଶ୍ରୀ ମହାନ୍ତି ଏସପ୍‌ିଙ୍କ ଠାରେ ଦାବି କରିଛନ୍ତି ।