Odiapua.com

ସଂଗୀତଜ୍ଞ ରାମହରି ମହାନ୍ତି ଥିଲେ ସଂଗୀତର ଦରଦୀ ମଣିଷ

ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶିଷ୍ଟ ସଂଗୀତ ଗୁରୁ, ସଂଗୀତ ପ୍ରବେଶ ପ୍ରଥମ ଭାଗ ଓ ଦ୍ୱିତୀୟ ଭାଗର ରଚୟିତା ତଥା ଭଦ୍ରକ ସଂଗୀତ ମହାବିଦ୍ୟାଳୟର ପ୍ରତିଷ୍ଠାତା ଓ ପୂର୍ବତନ ଅଧ୍ୟକ୍ଷ ସ୍ୱର୍ଗତ ରାମହରି ମହାନ୍ତିଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ସଂଗୀତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ସଭାରେ ଶିକ୍ଷାବିତ୍ ଗଙ୍ଗାଧର ଦେହୁରୀ ସଭାପତିତ୍ୱ କରିଥିବା ବେଳେ ସାହିତ୍ୟିକ ତଥା ସୁନାମଧନ୍ୟ ଚିକିତ୍ସକ ଡା. ଦୁର୍ଯ୍ୟୋଧନ ଦାସ ମୁଖ୍ୟ ଅତିଥି ଭାଭେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ମନମୋହନ ସଂଗୀତ ପରିଷଦର ଅଧ୍ୟକ୍ଷ ଡ. କେଶବ ଚନ୍ଦ୍ର ଜେନା ଏବଂ ନାଟ୍ୟ ନିର୍ଦ୍ଦେଶକ ବାଦଲ ସିକ୍‌ଦାର ଯୋଗ ଦେଇ ସ୍ୱର୍ଗତ ମହାନ୍ତିଙ୍କ ସ୍ମୃତିଚାରଣ କରିବା ସହ ଓଡ଼ିଶା ସଂଗୀତ ଜଗତର ସେ ଜଣେ ଅମ୍ଳାନ ପ୍ରତିଭା ବୋଲି ନିଜର ମତବ୍ୟକ୍ତ କରିଥିଲେ । ସଭାରେ ସ୍ୱାଗତ ଭାଣେ ଦେଇଥିଲେ ନାଟ୍ୟଶ୍ରୀ ନିର୍ମଳ ରାଉତ ଓ ଅତିଥି ପରିଚୟ ଦେଇଥିଲେ ସ୍ୱର୍ଗତ ମହାନ୍ତିଙ୍କ କନିଷ୍ଠଭ୍ରାତା ସାହିତ୍ୟିକ ନନ୍ଦକିଶୋର ମହାନ୍ତି । ସଭାରେ ବିଶିଷ୍ଟ ବକ୍ତା ଭାବେ ସ୍ତମ୍ଭକାର ଅଭୟ ଦ୍ୱିବେଦୀ, ପ୍ରାଧ୍ୟାପିକା ଡ. ରାଧାରାଣୀ ମହାପାତ୍ର, ପ୍ରାଧ୍ୟାପକ ଓ ଶିଶୁ ସାହିତ୍ୟିକ ମନୀନ୍ଦ୍ର ମହାନ୍ତି, ଶିଳ୍ପୀ ଅଶୋକ ମହାନ୍ତି, ଅଧ୍ୟାପକ ନିହାର ରଂଜନ କର, ସାମ୍ବାଦିକ ହ. ହରିହର ନାୟକ, ଶିଶ୍ୟ ଅଭୟ ଦାସ, କଳା ସଂସ୍କୃତି ସଂଘର ଉପସଭାପତି ସୁବାସ ଚନ୍ଦ୍ର ମଲ୍ଲିକ, ଗୋପାଳ ଚନ୍ଦ୍ର ଦେ, ଅନ୍ତର୍ଯାମୀ ପରିଡା, ସୁରେନ୍ଦ୍ର ଗାହାଣ, ସତ୍ୟ ମହାନ୍ତି, ଉତ୍ପଳ ଚନ୍ଦ୍ର ଚାନ୍ଦ, ଡ. ବାସୁଦେବ ବାରିକ, ଆଇନଜୀବୀ ଚିନ୍ମୟ ସ୍ୱାଇଁ, ନୃତ୍ୟଗୁରୁ ପୁଷ୍ପିତା ମହାନ୍ତିଙ୍କ ସମେତ ବହୁ କଳାକାର ଯୋଗ ଦେଇ ସ୍ୱର୍ଗତ ମହାନ୍ତିଙ୍କ ସ୍ମୃତି ଚାରଣ କରିଥିଲେ । ସ୍ୱର୍ଗତ ମହାନ୍ତିଙ୍କ ପୁତ୍ର ସୁଧାଂଶୁ ମହାନ୍ତି, ସୀତାଂଶୁ ମହାନ୍ତି. ହିମାଂଶୁ ମହାନ୍ତି, ଶୁଭ୍ରାଂଶୁ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।