ବଲାଙ୍ଗୀର, ୧୫-୦୭, (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ମୋବାଇଲରୁ ମୋବାଇଲ ଘୁରିବୁଲୁଛି ଏକ ଅଜବ ପ୍ରେମ କାହାଣୀର ଦୃଶ୍ୟ। ପ୍ରେମିକ ଓ ପ୍ରେମିକାଙ୍କୁ ପରଷ୍ପର ଠାରୁ ଯୋର ଜବରଦସ୍ତ ଅଲଗା କରିବାକୁ ଚାହୁଁଛନ୍ତି କିଛି ଲୋକ। ହେଲେ ପରଷ୍ପର ଠାରୁ ଅଲଗା ହେବାକୁ ଚାହୁଁ ନାହାନ୍ତି ଏମାନେ। ବଡ ପାଟିରେ ଚିତ୍କାର କରୁଥିଲେ ଏମାନେ। ପ୍ରେମିକାଙ୍କୁ ଏଡେ ଶକ୍ତ ଭାବରେ ଜାବୁଡି ଧରିଥିଲେ ପ୍ରେମିକ ଜଣକ ଯେ, ତାଙ୍କ କବଳରୁ ପ୍ରେମିକାଙ୍କୁ ଛଡାଇ ନେବାକୁ ନାକେଦମ୍ ହୋଇଛନ୍ତି ଏହି ଲୋକମାନେ।
କିଛିଦିନ ହେଲାଣି ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଥିବା ଏକ ଭିଡିଓରେ ଏକ ପ୍ରେମୀଯୁଗଳ ପରସ୍ପରକୁ ଭିଡି ଧରିଥିବା ବେଳେ କିଛି ଲୋକ ତାଙ୍କୁ ଜବରଦସ୍ତି ଟାଣି ଟାଣି ଅଲଗା କରୁଛନ୍ତି। ଉଭୟେ କେହି କାହାକୁ ଛାଡ଼ୁନଥିବା ଦୃଶ୍ୟ ଅନେକଙ୍କୁ ବିଚଳିତ କରିଥିଲା। ଏହି ଭିଡିଓଟି ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ୍ର ଏକ ସଙ୍ଗରୋଧ କେନ୍ଦ୍ରର ବୋଲି ଏବେ ଜଣାପଡ଼ିଛି। ଦୁଇମାସ ତଳେ ଲୋଇସିଂହାର ଜଣେ ନାବାଳିକାକୁ ଜଣେ ଯୁବକ ସାଙ୍ଗରେ ନେଇ ଫେରାର ହୋଇଥିଲେ। ଦୁଇ ମାସ ବାହାରେ ରହିବା ପରେ କରୋନା ଲକ୍ଡାଉନ୍ଯୋଗୁଁ ସେମାନେ ଫେରି ସଂଗରୋଧ କେନ୍ଦ୍ରରେ ରହିଥିଲେ। ଏବେ କଥା ଉଠୁଛି, କୁଆଡେ ଝିଅର ପରିବାର ଲୋକ ଖବର ପାଇ କିଛି ଲୋକଙ୍କୁ ଧରି ସଙ୍ଗରୋଧ କେନ୍ଦ୍ରରେ ପହଞ୍ଚିଥିଲେ। ଝିଅକୁ ଘରକୁ ନେବାକୁ ଉଦ୍ୟମ କରିଥିଲେ। ମାତ୍ର, ପ୍ରେମୀଯୁଗଳ ଏହାର କୌଣସି ସୁଯୋଗ ଦେଇନଥିଲେ। ଫଳରେ, ପରିବାର ଲୋକଙ୍କୁ ନାକେଦମ୍ହେବାକୁ ପଡ଼ିଥିଲା। ଶେଷରେ, ପୁଲିସ୍ଓ ସ୍ଥାନୀୟ ପ୍ରତିନିଧିଙ୍କ ସହଯୋଗରେ ପରିବାର ଲୋକ ଝିଅକୁ ନେବାରେ ସଫଳ ହୋଇଥିଲେ।
ଅନ୍ୟପକ୍ଷରେ, ଏହି ଭିଡିଓ କିଏ ସୁଟିଂ କଲା ଓ କେମିତି ଏହା ଭାଇରାଲ୍ହେଲା ସେ ନେଇ ଜିଲ୍ଲା ଶିଶୁ ମଙ୍ଗଳ କମିଟି ତଦନ୍ତ ଆରମ୍ଭ କରିଛି। ସେହିଭଳି, ସଂଗରୋଧ କେନ୍ଦ୍ର ମଧ୍ୟକୁ ପରିବାର ଲୋକେ କେମିତି ଗଲେ ଏବଂ କେମିତି ଜବରଦସ୍ତି ଝିଅକୁ ଛଡେଇ ନେଲେ ବୋଲି ଆଉ ଏକ ପ୍ରଶ୍ନ ଏବେ ମୁଁଣ୍ଡ ଟେକିଛି।