ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ରବିବାର ସଂକ୍ରାନ୍ତି ଅବସରରେ ଆରଡି ପୀଠର ବା୍ୱା ଆଖଣ୍ଡଳମଣିଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଅଗଣିତ ଭକ୍ତଙ୍କ ଭିଡ ଜମିଥିଲା ପୀଠରେ । ମେଡିକାଲ ଠାରୁ ବାଇପାସ ଡିହସାହି ଛକ ଯାଏଁ ମୁଖ୍ୟରାସ୍ତା ସକିର୍ଣ୍ଣ ଯୋଗୁ ଆଗନ୍ତୁକ ଭକ୍ତମାନଙ୍କର ଶହଶହ ଗାଡି ଅଟକି ରହିବା ଫଳରେ ନାନା ହରକତ ହୋଇଥିଲେ ଶ୍ରଦ୍ଧାଳୁ ଭକ୍ତ । ଏପରିକି ପାଦଚଲା ଲୋକଙ୍କର ମଧ୍ୟ ଯାତାୟତ ଠପ୍ ହୋଇଯାଇଥିଲା । ରବିବାର ଛୁଟି ଦିନ ଥିବା ବେଳେ ସଂକ୍ରାନ୍ତି ଅବସରରେ ହଜାର ହଜାର ଭକ୍ତ ଅଚାନକ ଆସିବା ଫଳରେ ଏପରି ସମସ୍ୟା ଦେଖା ଦେଇଥିବା ପ୍ରଶିସନ ପକ୍ଷରୁ ପ୍ରକାଶ ପାଇଛି । ଆଖଣ୍ଡଳମଣିଙ୍କ ପୀଠ ଓଡ଼ିଶାର ଏକ ପ୍ରମୁଖ ଶୈବପୀଠ ହୋଇଥିବାରୁ ପୀଠର ସମ୍ପ୍ରସାରଣ କାର୍ଯ୍ୟ ଜରୁରୀ ହୋଇ ପଡିଥିବା କହିଛନ୍ତି ସ୍ଥାନୀୟ ଲୋକ । ସେହିପରି ଆଗନ୍ତୁକ ହଜାର ହଜାର ଭକ୍ତଙ୍କର ଅଚାନକ ସମାଗମ ହୋଇଥିବାରୁ ମନ୍ଦିରରେ ବାବାଙ୍କ ଦର୍ଶନ ପାଇଁ କୈାଣସି ବ୍ୟବସ୍ଥା ନଥିବାରୁ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ କିଛି ସମୟ ଧରି ଠେଲାପେଲା ଲାଗି ରହିଥିଲା