Odiapua.com

ସଂକ୍ରମଣ ହ୍ରାସ ସତ୍ୱେ ରେଡ ଜୋନରୁ ମୁକୁଳିପାରୁନି ଭଦ୍ରକ ଜିଲା, ଜରିମାନା ସମାଧାନର ବାଟ ନୁହେଁ: ଜିଲ୍ଲାପାଳ

ଭଦ୍ରକ, ୧୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ମଇ ମାସ ତୁଳନାରେ ଭଦ୍ରକ ଜିଲ୍ଲାରେ ଦୈନିକ କୋଭିଡ ସଂକ୍ରମଣ ହ୍ରାସ ପାଇଥିଲେ ମଧ୍ୟ ରେଡ ଜୋନରୁ ମୁକୁଳି ପାରୁନି ଭଦ୍ରକ ଜିଲ୍ଲା । ଭଦ୍ରକ ଜିଲ୍ଲାରେ ଇତିମଧ୍ୟରେ କୋଭିଡ ସଂକ୍ରମଣ ୨୦ ହଜାର ନିକଟତର ହେଉଥିବା ବେଳେ ସକ୍ରିୟ ମାମଲା ୨୮ ଶହ ଅତିକ୍ରମ କରିଛି । ସେହିଭଳି ଜିଲ୍ଲାରେ ଦୈନିକ ସଂକ୍ରମଣ ୨୦୦-୩୦୦ ରହୁଥିବା ବେଳେ କୋଭିଡ ମୃତକଙ୍କ ସଂଖ୍ୟା ୩୭ ରେ ପହଁଚିଛି । ଜିଲ୍ଲାବ୍ୟାପି ଲକ ଡାଉନ-ସଟ ଡାଉନ ଏବଂ ରାତ୍ରୀ କାଳିନ କଫ୍ରୁ୍ୟ ବଳବତର ରହିଥିଲେ ମଧ୍ୟ ତାହା ଦୈନିକ ସଂକ୍ରମଣ ଉପରେ କୌଣସି ପ୍ରଭାବ ପକାଇପାରୁ ନାହିଁ । ସବୁଠାରୁ ବଡ କଥା ହେଲା ଜିଲ୍ଲାରେ ସରକାରୀ ଭାବେ ଦୈନିକ ଯେତିକି କୋଭିଡ ପଜିଟିଭ ଚିହ୍ନଟ ହେଉଛନ୍ତି ତାହାର ତିନିଗୁଣରୁ ଅଧିକ ଲୋକ କୋଭିଡ ଆକ୍ରାନ୍ତ ହୋଇ ଘରୋଇ ଚିକିତ୍ସାରେ ରହିଛନ୍ତି । ଯାହାକି ସରକାରୀ ଖାତାରେ ନାହିଁ । ଦେଶ ତଥା ରାଜ୍ୟରେ କୋଭିଡ ସଂକ୍ରମଣ ଦୃତ ହ୍ରାସ ପାଉଥିଲେ ମଧ୍ୟ ଭଦ୍ରକ ଜିଲ୍ଲାରେ ଏବେ ଗାଁ ଗାଁ ରେ ଏବଂ ଘରେ ଘରେ କୋଭିଡ ରୋଗୀ ।

ଜ୍ୱର ଏବଂ ଥଣ୍ଡାରେ ଆକ୍ରାନ୍ତ ଅଧିକାଂଶ ଲୋକେ କୋଭିଡ ଭୟରେ ଡାକ୍ତରଖାନା ନଯାଇ ନିଜର କୋଭିଡ ପରୀକ୍ଷା ନକରାଇ ଘରୋଇ ମେଡିସିନ ଅଥବା ବିନା ଡାକ୍ତରୀ ଚିଠାମୁଳେ େଓ÷ଷଧ ଖାଇ ନିଜ ଘରେ ପଡି ରହିଛନ୍ତି । ଯେଉଁଠି ଅବସ୍ଥା ଅସମ୍ଭାଳ ଅଥବା ଗୁରୁତର ହେଉଛି ସେଠି ଲୋକଙ୍କୁ ଡାକ୍ତରଖାନା ନିଆଯିବା ସହିତ ସେମାନଙ୍କ କୋଭିଡ ପରୀକ୍ଷା କରାଯାଉଛି । କୋଭିଡ ରୋଗୀଙ୍କ ଚିକିତ୍ସା ସକାସେ ସରକାର କୋଭିଡ ହସପିଟାଲ,କୋଭିଡ କେୟାର ସେଂଟର ଭଳି ସେବା ଯୋଗାଇ ଦେଉଥିଲେ ମଧ୍ୟ ନିହାତି ଗୁରୁତର ନହେଲେ ଲୋକେ େଓାକୁ ଯାଇ ଚିକତ୍ସିତ ହେବାକୁ ନିରାପଦ ମନେ କରୁ ନାହାନ୍ତି । ଯାହାର ପ୍ରମାଣ ଜିଲ୍ଲାରେ ଏବେ ଦୈନିକ ଯେତିକି ଲୋକ କୋଭିଡ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେମାନଙ୍କ ମଧ୍ୟରୁ ଜଣେ ହେଲେ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ଥାଇ କୋଭିଡ ସଂକ୍ରମିତ ଚିହ୍ନଟ ହେଉଥିବା ନଜିର ଦେଖିବାକୁ ମିଳୁନାହିଁ । ଏହି କଥା ପ୍ରମାଣିତ କରୁଛି ଯେ ଜିଲ୍ଲାରେ କୋଭିଡ ନିରାକରଣ କ୍ଷେତ୍ରରେ ଚାଲିଥିବା ସରକାରୀ କାର୍ଯ୍ୟକ୍ରମ ଆଦୈା ସନ୍ତୋଷଜନକ ସାବ୍ୟସ୍ତ ହୋଇ ପାରୁ ନାହିଁ । ଜିଲ୍ଲା ପ୍ରଶାସନ କୋଭିଡ ଗାଇଡଲାଇନ ଉଲଂଘନକାରୀଙ୍କ ବିରୁଦ୍ଧରେ ଯେମିତି କାଯ୍ୟ।।ର୍ନୁଷ୍ଟାନ ଗ୍ରହଣ କରୁଛନ୍ତି କୋଭିଡ ସଂକ୍ରମିତଙ୍କୁ ଚିହ୍ନଟ ଏବଂ ସେମାନଙ୍କୁ ତ୍ୱରିତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା କ୍ଷେତ୍ରରେ ସେହି ଧରଣର କାର୍ଯ୍ୟପନ୍ଥା ଗ୍ରହଣ କରୁ ନାହାନ୍ତି । ଫଳରେ ଅଧିକାଂଶ କୋଭିଡ ସଂକ୍ରମିତ ଲୋକଲଜ୍ୟା ଏବଂ ସାମାଜିକ ବାଛନ୍ଦ ଏବଂ କୋଭିଡ ହସପିଟାଲରେ ଅବ୍ୟବସ୍ଥା ଭୟରେ ରୋଗ ଲୁଚାଇ ରଖିବା ଯୋଗୁ କଟକଣା ସତ୍ୱେ ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଛି ।

ଏବାବଦରେ ନିଜ ମତାମତ ରଖିବାକୁ ଯାଇ ଜିଲ୍ଲାପାଳ ଜ୍ଞାନ ଦାସ କହିଛନ୍ତି ମଇମାସରେ ଜିଲ୍ଲାରେ ସଂକ୍ରମଣ ୪ ଶହ ଉପରେ ରହି ଆସୁଥିବା ବେଳେ ଜୁନ ମାସ ବେଳକୁ ତାହା ୩ ଶହକୁ ହ୍ରାସ ପାଇଛି । ପୁର୍ବରୁ ଜିଲ୍ଲାରେ କୋଭିଡ ସଂକ୍ରମଣ ହାର ୨୦ ପ୍ରତିଶତ ରୁ ୃଧିକ ଥିବା ବେଳେ ଏବେ ତାହା ୧୦ ପ୍ରତିଶତ ତଳକୁ ଖସିଆସିଛି । ସେହିଭଳି ପୁର୍ବରୁ ଜିଲ୍ଳାରେ ଦୈନିକ କୋଭିଡ ପରୀକ୍ଷା ୧୦୦୦/୧୨୦୦ ମଧ୍ୟରେ ସିମିତ ରହୁଥିବା ବେଳେ ଏବେ ତାହା ୨୭୫୦ ରୁ ୩ ହଜାରକୁ ପହଁଚିଛି । ଜିଲ୍ଲାରେ ଦୈନିକ ପରୀକ୍ଷା ବୃଦ୍ଧି ଯୋଗୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହି ସୁଚନା ଅନୁଯାଇ ଭଦ୍ରକ ଜିଲ୍ଲାରେ ଏବେ କୋଭିଡ ପରୀକ୍ଷା ୪ ଲକ୍ଷ ଟପିଯାଇଛି । ତେବେ ପ୍ରାୟ ୧୬ ଲକ୍ଷରୁ ଅଧିିକ ଜନ ସଂଖ୍ୟା ବିଶିଷ୍ଟ ଭଦ୍ରକ ଜିଲ୍ଲାରେ ମାତ୍ର ୪ ଲକ୍ଷ ଲୋକଙ୍କ କୋଭିଡ ପରୀକ୍ଷା ଯେ ପର୍ଯ୍ୟାପ୍ତ ତାହା କୁହାଯାଇ ପାରିବ ନାହିଁ । ଜିଲ୍ଲାପାଳ ଏକଥା ମଧ୍ୟ ସ୍ୱୀକାର କରିଛନ୍ତି ଯେ ନିୟମ ଉଲଂଘନକାରୀଙ୍କ ବିରୁଦ୍ଧରେ ଜରିମାନା ଆଦାୟ ସମସ୍ୟାର ସମାଧାନ ନୁହେଁ । ଜିଲ୍ଲାରେ କୋଭିଡ ସଂକ୍ରମଣକୁ ନିୟନ୍ତ୍ରଣ ଆଣିବାକୁ ହେଲେ କୋଭିଡ ପ୍ରୋଟୋକଲକୁ ସମସ୍ତେ କଡା କଡି ଭାବେ ପାଳନ କରିବା ଜରୁରୀ । ନିହାତି ଆବଶ୍ୟକ ନଥିଲେ ଘରୁ ନବାହାରିବା,ଘରୁ ବାହାରିଲେ ମୁହଁରେ ମାସ୍କ ବାନ୍ଧିବା,ସାମାଜିକ ଦୁରତା ରକ୍ଷା କରିବା,ଅଯଥାରେ ଗହଳି ସ୍ଥାନକୁ ନଯିବା ଏବଂ ଲକ୍ଷଣ ପ୍ରକାଶ ପାଇବା ମାତ୍ରେ କୋଭିଡ ପରୀକ୍ଷା କରାଇ ଡାକ୍ତରଙ୍କ ଚିଠାମୁଳେ ଔଷଧ ସେବନ କରିବା ନିହାତି ଜରୁରୀ ବୋଲି ଜିଲ୍ଳାପାଳ କହିଛନ୍ତି ।