Odiapua.com

ଷ୍ଠିକରିଂ ବିରୋଧରେ ଏତାଲା ଦେଲା ବିଜେପି

ଭଦ୍ରକ, ୨୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଇନ୍ଦିରା ଆବାସ ଯୋଜନା, ନିର୍ମାଣ ଶ୍ରମିକ ଗୃହରେ ‘ବିଜୁ ପକ୍କାଘର’ ଷ୍ଟିକରିଂକୁ ଠକାମୀ ବୋଲି ଅଭିଯୋଗ କରି ମୁଖ୍ୟମନ୍ତ୍ରୀ, ପଞ୍ଚାୟତରାଜ ମନ୍ତ୍ରୀ, ସ୍ପେଶାଲ ପ୍ରୋଜେକ୍ଟ ନିର୍ଦ୍ଦେଶକ ଅରିନ୍ଦମ ଡ଼ାକୁଆ, ଜିଲ୍ଲାପାଳ ଭଦ୍ରକ, ପ୍ରକଳ୍ପ ନିର୍ଦ୍ଦେଶକ ଡିଆରଡିଏ ଓ ସ୍ଥାନୀୟ ବିଡିଓଙ୍କ ନାମରେ ବିଜେପି ପକ୍ଷରୁ ଗୁରୁବାର ଏତାଲା ଦିଆଯାଇଛି । ଏଥିନେଇ ଗତ ବୁଧବାର ସାମ୍ବାଦିକ ସମ୍ମଳନୀରେ ସୂଚନା ଦିଆଯାଇଥିଲା । ତଦନୁଯାୟୀ ଦଳର ।ଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀନାରାୟଣ ଧଳଙ୍କ ନେତୃତ୍ୱରେ ମଣ୍ଡଳ ସଭାପତି ଗିରିଶ ସାମଲ, ରାଜେଶ କୁମାର ସାମଲ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, କରୁଣାକର ସାହୁ, ରାମଚନ୍ଦ୍ର ସେନାପତି, ନିରୋଜ ଦ୍ୱିବେଦୀ, ସନ୍ତୋଷ କୁମାର ସାହୁ, ଜୟଦେବ ସେନାପତି, ରବିନାରାୟଣ ସାହୁ, ଅଶୋକ କୁମାର ବେହେରା ପ୍ରମୁଖ ଭଣ୍ଡାରିପୋଖରୀ ଥାନାରେ ଏତାଲା ଦେଇଥିଲେ ।