Odiapua.com

ଷ୍ଟେସନରେ ଗୀତ ଗାଇଥିବା ମହିଳାଙ୍କୁ ନୂଆ ଅଫର

ମୁମ୍ବାଇ,୦୯/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଭାଗ୍ୟ ଏମିତି ଏକ କଥା, କେତେବେଳେ କାହା ସହ କି ଖେଳ କରିବ ତାହା କେହି କହିପାରିବେ ନାହିଁ । ଠିକ୍ ଏଭଳି ଘଟଣା ଘଟିଛି, କିଛି ଦିନ ତଳେ ଷ୍ଟେସନରେ ଗୀତ ଗାଇ ଚର୍ଚ୍ଚିତ ସୋଇଥିବା ସେହି ମହିଳାଙ୍କ ସହ ।

ସେମିତି ଜଣେ ଭିକାରୀ ରାତାରାତି ବନିଯାଇଛନ୍ତି ସେଲିବ୍ରିଟୀ। ଗତ କିଛି ଦିନ ହେବ ପଶ୍ଚିମବଙ୍ଗର ରାଣାଘାଟ ରେଲେଓ୍ଵ ଷ୍ଟେସନରେ ଗୀତ ଗାଉଥିବା ଜଣେ ମହିଳା ଭିକାରୀଙ୍କ ଭିଡିଓ ସାମ୍ନାକୁ ଆସିଥିଲା। ଏହି ଭିଡିଓ ସୋସିଆଲ ମିଡଆରେ ବହୁତ ଭାଇରାଲ ହୋଇଥିଲା।

ଲୋକମାନେ ମଧ୍ୟ ଏହାକୁ ବହୁତ ପସନ୍ଦ କରିଛନ୍ତି। ଏବେ ସେହି ମହିଳାଙ୍କୁ ମୁମ୍ବାଇର ଏକ ରିୟଲିଟୀ ଶୋରେ ଗୀତ ଗାଇବା ପାଇଁ ଅଫର ମିଳିଛି। ମହିଳାଙ୍କ ନାମ ରାନୁ ମଣ୍ଡଳ। ରାନୁଙ୍କର ମୁମ୍ବାଇରେ ହେବାକୁ ଥିବା ଖର୍ଚ୍ଚ ବହନ କରିବେ ବୋଲି
ଇଭେଣ୍ଟ ଜଣାଇଛି।