Odiapua.com

ଷ୍ଟେଟ ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ର ଡକାୟତି ଘଟଣାର ପର୍ଦାଫାଶ : ୪ ଗିରଫ

କଟକ : ୧୩/୧୧ (ଓଡ଼ିଆ ପୁଅ /ଅଭୟ ଜେନା) ଜଗତପୁର ଥାନା ପାଗା ଗୋପୀନାଥପୁର ଠାରେ ଷ୍ଟେଟ ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ରରୁ ବନ୍ଧୁକ ଦେଖାଇ ଟଙ୍କା ଡକାୟତି ଘଟଣାର ପର୍ଦାଫାଶ ହୋଇଛି। ଗତ ଦୁଇ ମାସ ତଳେ ଏହି ଡକାୟତି ମାମଲାରେ ପୋଲିସକୁ ମିଳିଛି ବଡ଼ ସଫଳତା। ଏହି ଘଟଣାରେ ପୋଲିସ ୪ ଜଣିଆ ଡକାୟତ ଗ୍ୟାଙ୍ଗକୁ ଗିରଫ କରିବା ସହ ଲୁଟ ହୋଇଥିବା ଟଙ୍କାକୁ ମଧ୍ୟ ଜବତ କରିଛି। କଟକ ଡିସିପି ପ୍ରତୀକ ସିଂହ ପ୍ରେସମିଟ୍ କରି ଏନେଇ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି।